ଗୌହାଟି: ଆସାମର କର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ 16 ଟି ବାଘ ଦାନ୍ତ ଜବତ କରିବା ସହିତ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଆସାମ ପୋଲିସ ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଏକ ବିଶେଷ ସୁତ୍ରରୁ ଖବର ମିଳିବା ପରେ ପୋଲିସ ଏହି ଅପରେସନ ଆରମ୍ଭ କରିଥିଲା । ଚଢାଉ କରିବା ସମୟରେ ଦିପୁ ଥାନା ଅନ୍ତର୍ଗତ ବିର୍ଲା ନାମକ ଏକ ସ୍ଥାନରୁ ଅଭିଯୁକ୍ତଙ୍କ ଘରୁ 16ଟି ବାଘ ଦାନ୍ତ ଜବତ କରିଛି ପୋଲିସ । ସମସ୍ତ 4 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ରାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।