ଓଡିଶା

odisha

ETV Bharat / bharat

ବାଘକୁ ମାରି ଖାଇଲା ବାଘ, ଚିନ୍ତାରେ ବନ ବିଭାଗ - bhopal,

ବାଘ ଖାଇଲା ବାଘକୁ। ମଧ୍ୟପ୍ରଦେଶ କାହ୍ନା ଟାଇଗର ରିଜର୍ଭରେ କ୍ୟାମେରାରେ କଏଦ ହୋଇଛି ଅଜବ ଦୃଶ୍ୟ। ତେବେ ଏହି ଘଟଣା ଏଠାରେ ପ୍ରଥମ ନୁହେଁ ପଞ୍ଚମ ଥର ଘଟିଥିବା ସୂଚନା ମିଳିଛି । ତେବେ ଏହାକୁ ନେଇ ଚିନ୍ତାରେ ରିଜର୍ଭ କର୍ତ୍ତୃପକ୍ଷ।

ପ୍ରତିକାତ୍ମକ ଫଟୋ

By

Published : Mar 23, 2019, 3:26 PM IST

ଭୋପାଳ: ମଧ୍ୟପ୍ରଦେଶ କାହ୍ନା ଟାଇଗର ରିଜର୍ଭରେ କ୍ୟାମେରାରେ କଏଦ ହୋଇଛି ଅଜବ ଦୃଶ୍ୟ। କାହ୍ନା ଟାଇଗର ରିଜର୍ଭରେ ଏହି ଘଟଣା 5ମ ଥର ପାଇଁ ଦେଖିବାକୁ ମିଳିଛି । ପୂର୍ବରୁ ବାଘୁଣୀକୁ ବାଘ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଉ ବର୍ତ୍ତମାନ ଗୋଟିଏ ବାଘର ମୃତଦେହ ଅନ୍ୟଏକ ବାଘ ଖାଉଥିବାର ଦେଖିବାକୁ ମିଳିଛି।

କାହ୍ନାରେ ଟି 56 ନାମକ ବାଘ ଟି 36କୁ ମାରି ଖାଉଥିବାର ଦେଖାଯାଇଥିଲା। କାହ୍ନା ଟାଇଗର ରିଜର୍ଭର ଫିଲ୍ଡ ଡିରେକ୍ଟର ଏଲ କୃଷ୍ଣମୂର୍ତ୍ତିଙ୍କ କହିବା ଅନୁସାରେ, ଯେଉଁ ବାଘର ମୃତ୍ୟୁ ଘଟିଛି ସେ ଆକ୍ରମଣ କରିଥିବା ବାଘ ଠାରୁ ଦୁଇ ବର୍ଷ ବଡ। ତେବେ ଦୁଇ ବାଘ ଭିତରେ ଲଢେଇ ହେବା ପରେ ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ମୃତ ବାଘର ମୃତଶରୀର ନେବା ପାଇଁ ଟାଇଗର ରିଜର୍ଭର କର୍ମୀଙ୍କୁ ଅନେକ ପରିଶ୍ରମ କରିବା ପାଇଁ ପଡିଥିଲା। ହେଲେ ଆକ୍ରମଣକାରୀ ବାଘ ମୃତଦେହଟିକୁ ଛାଡୁନଥିଲା। ତେବେ ତିନି ମାସ ଭିତରେ ଏହି ଘଟଣା ପଞ୍ଚମ ଥର ଘଟିବା ପରେ ଚିନ୍ତାରେ ବନବିଭାଗ। କାହ୍ନାରେ ବର୍ତ୍ତମାନ 100 ବାଘ ରହିଛନ୍ତି ।

ଏହି ଆକ୍ରମଣ କାହିଁକି ଘଟେ ଆସନ୍ତୁ ଜାଣିବା

ଯେତେବେଳେ ସମାନ ପ୍ରଜାତିର ଜୀବ ଅନ୍ୟ ଜଣଙ୍କୁ ଖାଦ୍ୟ ଭାବେ ଗ୍ରହଣ କରିଥାଏ ଏହାକୁ କ୍ୟାନିବାଲିଜମ ବା ସ୍ବଜାତି ଭକ୍ଷଣ କୁହାଯାଏ। ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ନମିଳିବା ଦ୍ବାରା ଏପରି ଘଟିଥାଏ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କାହ୍ନା ଟାଇଗର ରିଜର୍ଭରେ ଥିବା ବାଘଙ୍କୁ କଣ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଦିଆଯାଉ ନାହିଁ କି ?

କିନ୍ତୁ ଏପଟେ ଏହି ରିଜର୍ଭର ଅଧିକାରୀଙ୍କ କହିବା କଥା, ନିଜ ଅଞ୍ଚଳର ସୁରକ୍ଷା ପାଇଁ ଗୋଟିଏ ବାଘ ଅନ୍ୟ ବାଘକୁ ଆକ୍ରମଣ କରୁଛି। ଏହି ସମାନ ଘଟଣା ମାର୍ଚ୍ଚ 16 ତାରିଖରେ ଦେଖାଦେଇଥିଲା । ଯେଉଁଠି ଗୋଟିଏ ବଡ ବାଘ 2 ଟି ଛୋଟବାଘଙ୍କୁ ମାରି ଖାଇଥିଲା ।

ABOUT THE AUTHOR

...view details