ଓଡିଶା

odisha

ETV Bharat / bharat

ବ୍ୟାଘ୍ର ଗଣନା ରିପୋର୍ଟ: ଦେଶରେ ଅଛନ୍ତି 2967 ବାଘ - କେତେ ବାଘ ଅଛନ୍ତି

ସର୍ବଭାରତୀୟ ବ୍ୟାଘ୍ର ସର୍ବେକ୍ଷଣ ରିପୋର୍ଟ ଉନ୍ମୋଚିତ କରିଛନ୍ତି ପିଏମ୍‌ । ଦେଶରେ କେତେ ବାଘ ଅଛନ୍ତି, ରିପୋର୍ଟ ଦେଇଛନ୍ତି ମୋଦି । 2018ରେ ଦେଶରେ ବାଘ ସଂଖ୍ୟା 2967ଥିବା ସେ କହିଛନ୍ତି । 4 ବର୍ଷରେ ଦେଶରେ 741 ବାଘ ବଢିଥିବା ଗଣନାରୁ ଜଣାପଡିଛି । 2014ରେ ବାଘ ସଂଖ୍ୟା ଦେଶରେ 2226 ରହିଥିଲା ।

ଡିଜାଇନ ଫଟୋ

By

Published : Jul 29, 2019, 12:06 PM IST

ନୂଆଦିଲ୍ଲୀ: ଜୁଲାଇ 29(ସୋମବାର) ବିଶ୍ବ ବ୍ୟାଘ୍ର ଦିବସ । ଦେଶରେ କେତେ ବାଘ ଅଛନ୍ତି, ସେ ସଂକ୍ରାନ୍ତରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିପୋର୍ଟ ପ୍ରକାଶ କରିଛନ୍ତି । ସର୍ବଭାରତୀୟ ବ୍ୟାଘ୍ର ସର୍ବେକ୍ଷଣ ରିପୋର୍ଟ ଉନ୍ମୋଚିତ କରିଛନ୍ତି ପିଏମ୍‌ । 2018ରେ ଦେଶରେ ବାଘ ସଂଖ୍ୟା 2967 ଥିବା କହିଛନ୍ତି ମୋଦି । 4 ବର୍ଷରେ ଦେଶରେ 741 ବାଘ ବଢିଥିବା କଥା ଗଣନାରୁ ଜଣାପଡିଛି । 2014ରେ ବାଘ ସଂଖ୍ୟା ଦେଶରେ 2226 ରହିଥିଲା ।


ବ୍ୟାଘ୍ର ଗଣନା ପୁସ୍ତକ ଉନ୍ମୋଚନା କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବରେ ଭାରତ ବାଘମାନଙ୍କ ପାଇଁ ସବୁଠୁ ବଡ଼ ଓ ସୁରକ୍ଷିତ ସ୍ଥାନ ବୋଲି କହିଛନ୍ତି । ଏହି ଅବସରରେ ମୋଦିଙ୍କ ସହ କେନ୍ଦ୍ର ପରିବେଶ, ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଡକର, ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଉପସ୍ଥିତ ରହିଥିଲେ।

ଭିଡିଓ ସୌଜନ୍ୟ: ଏଏନଆଇ


ମୋଦି କହିଛନ୍ତି ଯେ ଭାରତ ସରକାର ବାଘମାନଙ୍କ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ । ଏହାସହ ମୋଦି କହିଥିଲେ ଯେ ଅନେକ ଦେଶରେ ବାଘଙ୍କୁ ଆସ୍ଥାର ପ୍ରତୀକ ରୂପେ ଗ୍ରହଣ କରାଯାଇଛି । ବାଘଙ୍କ ସଂଖ୍ୟା ବଢିଲେ ପର୍ଯ୍ୟଟନ ଶିଳ୍ପରେ ମଧ୍ୟ ଅଭିବୃଦ୍ଧି ଘଟିବ ।


ମୋଦି ଏହି ଅବସରରେ ୯ ବର୍ଷ ପୂର୍ବେ ସେଣ୍ଟ ପିଟର୍ସବର୍ଗରେ କହିଥିବା କଥା ମନେ ପକାଇଛନ୍ତି । ସେ ସେଠାରେ କହିଥିଲେ ଯେ ଯେ ୨୦୨୨ ସୁଦ୍ଧା ବାଘମାନଙ୍କ ସଂଖ୍ୟା ଦୁଇ ଗୁଣିତ କରିବା ପାଇଁ । ଏବେ ଏହି ଲକ୍ଷ୍ୟକୁ ମାତ୍ର ୪ ବର୍ଷରେ ପୂରଣ କରି ଦେଖାଇ ଦେଇଥିବାରୁ ପ୍ରତ୍ୟେକ ଭାରତୀୟ ଖୁସି ଥିବା କଥା କହିଛନ୍ତି ।

ବର୍ଷ 2014ରେ ବାଘ ସଂଖ୍ୟା 2226, ସେହିପରି 2010ରେ 1706 ଓ ବର୍ଷ 2006ରେ ଏହି ସଂଖ୍ୟା ମାତ୍ର 1411 ଥିଲା । ଏବେ କ୍ରମାଗତ ଭାବରେ ଦେଶରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ଏହି ବ୍ୟାଘ୍ର ଗଣନା ରିପୋର୍ଟ ଉନ୍ମୋଚନ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ବଲିଉଡ ଫିଲ୍ମର ଉଦାହରଣ ଦେଇଥିଲେ । ସଲମନ ଖାଁଙ୍କ ଅଭିନିତ 'ଏକ ଥା ଟାଇଗର' ଓ 'ଟାଇଗର ଅଭି ଜିନ୍ଦା ହେ' ର ଉଦାହରଣ ଦେଇ ଏହି ଧାରାକୁ ଅଗ୍ରଗତି କରିବା ପାଇଁ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୬ରେ ପ୍ରୋଜେକ୍ଟ ଟାଇଗରର ପୁନର୍ଗଠନ ପରେ ଏହା ଚତୁର୍ଥ ରିପୋର୍ଟ । ପ୍ରତି ୪ ବର୍ଷରେ ଥରେ ଦେଶରେ ବ୍ୟାଘ୍ର ଗଣନା ହୋଇଆସୁଛି ।

ABOUT THE AUTHOR

...view details