ଓଡିଶା

odisha

ETV Bharat / bharat

ଚିକିତ୍ସା ଥିଲା ନିଶା , ‘ଡାକ୍ତର’ ହେବାକୁ ଚାହୁଁଥିଲେ ଗାନ୍ଧୀ - ବାପୁଙ୍କ ଜୀବନର ବ୍ରତ ଥିଲା ସେବା

ବାପୁଙ୍କ ଜୀବନର ବ୍ରତ ଥିଲା ସେବା । ଏଥିପାଇଁ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସେ ଦେଉଥିଲେ ନିସ୍ବାର୍ଥପର ସେବା । ଲକ୍ଷ୍ୟ ଥିଲା ଡାକ୍ତର ହେବାକୁ । ହେଲେ ହୋଇଗଲେ ପୂରା ଦେଶର ପିତା । ତାଙ୍କ ମତରେ ଗୋଟିଏ ସ୍ବଚ୍ଛ ଆତ୍ମା ସର୍ବଦା ଏକ ସୁସ୍ଥ ଶରୀରର ନିର୍ମାତା ।

ଡିଜାଇନ ଫଟୋ

By

Published : Sep 28, 2019, 1:46 PM IST

ବୟସ ମାତ୍ର 16 । ବାପା ମାରାତ୍ମକ ରୋଗରେ ଶଯ୍ୟାଶାୟୀ, ଯେଉଁ ରୋଗର ନାଁ ଥିଲା ପିସ୍ତୁଲା। ମାଆ ବୟସର ଅପରାହ୍ନରେ । ପରିଚୟ କହିଲେ ଗୋଟିଏ ବୋଲି ପୁଅ ମୋହନ । ଏଥିପାଇଁ ବାପା-ମାଆଙ୍କ ଆଶାବାଡି ସାଜି ନର୍ସ ପାଲଟିଯାଇଥିଲେ ସେ । ଜଣେ ସୁଯୋଗ୍ୟ ସନ୍ତାନ ହୋଇ ବାପାଙ୍କ ସେବା କରି ନିଜ କର୍ତ୍ତବ୍ୟ ବହନ କରୁଥିଲେ ମୋହନ । ନିତି ରାତିରେ ସେମାନଙ୍କ ପାଦ ମାଲିସ କରୁଥିଲେ । ସେମାନେ ଶୋଇନଥିବା ଯାଏଁ ଗୋଡ ଘଷୁଥିଲେ ମୋହନ । ବାଧ୍ୟରେ ନୁହେଁ ବରଂ ଏଭଳି କରିବାକୁ ଭଲ ପାଉଥିଲେ ସେ । ଆପଣ ଭାବୁଥିବେ ଏ ମୋହନ କିଏ ? ଏ ଆଉ କେହି ନୁହନ୍ତି ଆମର, ଆପଣଙ୍କ ଆଉ ପୂରା ବିଶ୍ବର ପ୍ରିୟ ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀ ।

ଚିକିତ୍ସା ଥିଲା ନିଶା , ‘ଡାକ୍ତର’ ହେବାକୁ ଚାହଁଥିଲେ ଗାନ୍ଧୀ

କେବଳ ରାଜନୀତିର ପୃଷ୍ଠାରେ ନୁହେଁ ବରଂ ଆଧୁନିକ ଚିକିତ୍ସା ଓ ସ୍ବାସ୍ଥ୍ୟ ସେବାରେ ମଧ୍ୟ ପାରଙ୍ଗମ ଥିଲେ ଗାନ୍ଧୀ । ଗାନ୍ଧୀ ଜଣେ ନର୍ସ ଥିଲେ । ସାଉଥ ଆର୍ମିରେ ରହିବା ସମୟରେ ସେ ନର୍ସିଂର ଶିକ୍ଷା ନେଇଥିଲେ ।

ଛୋଟ ଡାକ୍ତରଖାନାରେ ସେବା କରିବା ସମୟରେ ସେ ରୋଗୀଙ୍କ ସମସ୍ୟା ବୁଝୁଥିଲେ । ଆଉ ଏହି ତଥ୍ୟକୁ ଡାକ୍ତରଙ୍କ ପାଖରେ ପହଞ୍ଚାଇ ତାର ସମାଧାନ ପାଇଁ ଚେଷ୍ଟା କରୁଥିଲେ । ଏ ସବୁ ଅନୁଭବ ଗାନ୍ଧୀଙ୍କୁ ଜଣେ ଭଲ ଚିକିତ୍ସକ ଭାବେ ଗଢି ତୋଳିଥିଲା । ପରେ ପରେ ସେ ଜଣେ ଆହତ ଓ ରୋଗାଗ୍ରସ୍ତ ସୈନିକଙ୍କ ସେବା ପାଇଁ ନିଜର ଏହି ଅଭିଜ୍ଞତାକୁ ବ୍ୟବହାର କରୁଥିଲେ ।

ପିତାଙ୍କ ଚିକିତ୍ସା ମଧ୍ୟରେ ଗାନ୍ଧୀ ବହୁ ପରିସ୍ଥିତିର ସାମ୍ନା କରିଥିଲେ । ଏଥିମଧ୍ୟରେ ସେ ଶରୀର , ସ୍ବାସ୍ଥ୍ୟ, ଓ ଔଷଧ ଆଦି ବିଷୟରେ ମାହିର ହୋଇଗଲେ । ଏହାର ପ୍ରଭାବ ତାଙ୍କ ଉପରେ ଗଭୀର ଭାବେ ପଡିଥିଲା । ଗୋଟିଏ ପଟେ ସ୍ବଚ୍ଛତାର ଭୂମିକା ଅନ୍ୟପଟେ ପାରମ୍ପରିକ ପ୍ରଥା ତୁଳନାରେ ଆଧୁନିକ ସର୍ଜରୀର ଉତ୍କର୍ଷତା ତାଙ୍କୁ ଅଧିକ ଶିଖାଇଥିଲା ।

ଏଭଳି ଭାବେ ସେ ସ୍ବଚ୍ଛତାର ଆବଶ୍ୟକତାକୁ ବୁଝିଥିଲେ । ଆଧୁନିକ ଚିକିତ୍ସା ବିଜ୍ଞାନରୁ ସେ ଜାଣିଥିଲେ କି, ଗାଧୋଇବା ସହିତ ସବୁ ସମୟରେ ବିସ୍ତାର ରୂପେ ସଫା ହେବା ଦରକାର । ଯେପରି ରୋଗୀକୁ କୌଣସି ଅସୁବିଧା ନ ହେବ ସେଥିପାଇଁ ତାର ଶୋଇବା ଜାଗା ଠାରୁ ଶୌଚାଳୟ ସବୁକିଛିକୁ ସଫା ରଖିବା ଦରକାର । ବୈଷ୍ଣବବାଦ ସହ ଏଭଳି ସ୍ବଚ୍ଛତା ପନ୍ଥା ମଧ୍ୟ ଅବଲମ୍ବନ କରିବାକୁ ପଡିବ ବୋଲି ବାପୁ କହିଥିଲେ ।

ଏ ନେଇ ଗାନ୍ଧୀ ଲେଖିଥିବା ତାଙ୍କ ଆତ୍ମଜୀବନୀର ଶୀର୍ଷକ ଥିଲା “My Father’s Death and My Double Shame” । ତେବେ ଏଭଳି ରୋଚକପୂର୍ଣ୍ଣ ଶୀର୍ଷକ କାହିଁକି ? ଏ ସମ୍ବନ୍ଧରେ ଗାନ୍ଧୀଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, "ଯେବେ ମୋ ପତ୍ନୀ ଗୋଟିଏ ଛୁଆ ପାଇଁ ଇଚ୍ଛା ରଖିଥିଲା । ଯାହାକି ଆଜି ମୁଁ ଦେଖିପାରୁଛି । ମୁଁ ନିଜକୁ ସଞ୍ଜମର ସହ ରଖି ପାରିଲିନି । ଏହା ଏକ ଲଜ୍ଜାର କଥା । କାରଣ ମୁଁ ଏବେ ପର୍ଯ୍ୟନ୍ତ ଜଣେ ଛାତ୍ର" । ଅନ୍ୟପଟେ ବାପା ମା’ଙ୍କ କର୍ତ୍ତବ୍ୟ ମୋ ଉପରେ ଥିଲା । ଯାହାକି ପିଲାଟି ଦିନରୁ ମୋ ଆଦର୍ଶ ଥିଲେ । ହେଲେ ପ୍ରତିଦିନ ତାଙ୍କର ଗୋଡ ମାଲିସ କରିବା ସମୟରେ ମୋ ମନ ବେଡରୁମ ଆଡକୁ ଚାଲିଯାଉଥିଲା । ସେ ବି ଏପରି ସମୟରେ , ଯେବେ ଧର୍ମ, ଚିକିତ୍ସା ବିଜ୍ଞାନ ଓ ସାଧାରଣ ଜ୍ଞାନ ସମ୍ଭୋଗ ପାଇଁ ମନା କରୁଥିଲା ।

ତାଙ୍କର ଧାରଣା ଥିଲା ସଞ୍ଜମ, ଆତ୍ମ ପବିତ୍ରତା ଓ ଅହିଂସା ଆଦି ଔଷଧ ଓ ସାର୍ବଜନୀନ ସ୍ବାସ୍ଥ୍ୟ କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ । 1888 ପରେ ଯେବେ ସେ ବାରିଷ୍ଟର ହେବାକୁ ଲଣ୍ଡନରେ ପହଞ୍ଚିଥିଲେ , ସେହି ସମୟରେ ସେ ନିଜ ବିଚାରର ପ୍ରମୁଖ ଭାବ ଶରୀର ଓ ଶାକାହାରୀ ଭୋଜନ ନେଇ ଫୋକସ କରିଥିଲେ ।

ପରବର୍ତ୍ତୀ ସମୟରେ ଗାନ୍ଧୀ ପ୍ରାକୃତିକ ଚିକିତ୍ସା ସମ୍ଭନ୍ଧରେ 2ଟି ପୁସ୍ତକରୁ ଅଧିକ ପ୍ରଭାବିତ ହୋଇଥିଲେ । ଏହି ପୁସ୍ତକ ପରେ ଗାନ୍ଧୀ 1. ହାଇଡ୍ରୋ ଥେରାପି ବା ଜଳ-ଶୋଧନ 2. ଫାଇଟୋଥେରାପି(ଗଛ ଦ୍ବାରା ଉପଚାର) 3. ମାଟି ଓ କାଦୁଅ ଜରିଆରେ ଉପଚାର 4. ଆତ୍ମ ନିୟମନ ଏବଂ 5. ଖାଦ୍ୟପେୟ ଓ ଜୀବନ ଶୈଳୀରେ ସନ୍ତୁଳନ ଆଦି ବହିକୁ ସେ ଅନୁକରଣ କରିଥିଲେ ।

‘ହିନ୍ଦି ସ୍ବରାଜ’ ନାମକ ଏକ ପୁସ୍ତକରେ ସେ କହିଥିଲେ ଯେ, ଗୋଟିଏ ସମୟ ଥିଲା ଯେବେ ମୁଁ ଚିକିତ୍ସା ବିଜ୍ଞାନର ଜଣେ ବଡ ଫ୍ୟାନ ଥିଲି । ଦେଶ ପାଇଁ ମୁଁ ଡାକ୍ତର ହେବାକୁ ଚାହୁଁଥିଲି । ସେ କେବେ ଡାକ୍ତର ଦ୍ବାରା ପ୍ରଭାବିତ ହୋଇନାହାଁନ୍ତି ବରଂ ଜଣେ quacks ଉଚ୍ଚଶିକ୍ଷିତ ଡାକ୍ତର ତୁଳନାରେ ଭଲ ବୋଲି ସେ ବିଶ୍ବାସ କରୁଥିଲେ । ତେବେ ଜଣେ ଡାକ୍ତରର ବ୍ୟବସାୟ ରୋଗୀ ଶରୀରର ରକ୍ଷଣାବେକ୍ଷଣ ନା ରୋଗ ଉତ୍ପନ୍ନ କାହିଁକି ଓ କେଉଁଠୁ ହେଲା ସେ ନେଇ ବତାଇବା ।

ଉଦାହରଣ ସ୍ବରୁପ ଯଦି ମୁଁ ଅଧିକ ଖାଏ, ଆଉ ବଦହଜମୀ ଯୋଗୁଁ ମୁଁ ଡାକ୍ତରଙ୍କ ପାଖକୁ ଯାଏ , ଡାକ୍ତର ବି ଔଷଧ ଦେଇଦିଅନ୍ତି । ଯାହା ଦ୍ବାରା ମୁଁ ଠିକ ବି ହୋଇଯାଏ । ଏହା ପରେ ପୁଣି ମୁଁ ଖାଉଛି , ପରେ ପୁଣି ସେ ଔଷଧ ଖାଇବି । ତେବେ ଲାଭ କଣ । ଯଦି ମୁଁ ପ୍ରଥମ କଷ୍ଟରୁ ଶିକ୍ଷା ନ ନେଲି । ଯଦି ରୋଗୀକୁ ପ୍ରଥମ ଉଦାହରଣରେ ଔଷଧ ଦିଆଯାଇନଥାନ୍ତା । ତେବେ ସେ ଅନୁଭବ କରିଥାନ୍ତା । ଆଉ ଦ୍ବିତୀୟ ଥର ସେ ଭୁଲ କରିନଥାନ୍ତା ।

ସେ ସର୍ବଦା ସ୍ବଚ୍ଛତା ଓ ସୁସ୍ଥତା ଉପରେ ଗୁରୁତ୍ବ ଦେଇଛନ୍ତି । ସ୍ବଚ୍ଛତାର ବିଜ୍ଞାନ ଅସୀମ । ଏହା ଅଧିକ ଉତ୍ସୁକତାପୂର୍ଣ୍ଣ । ଯଦିଓ ଉପଚାର ବିଜ୍ଞାନ ତୁଳନାରେ ଏହା ଅଧିକ କଠିନ । ବର୍ତ୍ତମାନ ଚିକିତ୍ସାର ବିଜ୍ଞାନ ଧର୍ମ ଠାରୁ ସମ୍ପୂର୍ଣ୍ଣ ଅଲଗା । ଗୋଟିଏ ସ୍ବଚ୍ଛ ଆତ୍ମା ସର୍ବଦା ଏକ ସ୍ବସ୍ଥ ଶରୀରର ନିର୍ମାଣ କରିବା ଦରକାର ।

ABOUT THE AUTHOR

...view details