ଓଡିଶା

odisha

ETV Bharat / bharat

ଯୁବକଙ୍କୁ ମାଡ଼ି ବସି ଲୁଟିଲେ ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ - ଯୁବକଙ୍କୁ ମାଡ଼ି ବସି ଲୁଟିଲେ ଦୁର୍ବୃତ୍ତ

ଉତ୍ତର-ପୂର୍ବ ଦିଲ୍ଲୀର ଜାଫରାବାଦ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଦିନ ଦ୍ବିପ୍ରହରେ ରାସ୍ତା ମଝିରେ ଯାଉଥିବା ଜଣେ ଯୁବକଙ୍କୁ ମାଡିବସି ଲୁଟିନେଲେ ସର୍ବସ୍ବ। ଯାହାର ଭିଡିଓ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଅଧିକ ପଢନ୍ତୁ...

ଯୁବକଙ୍କୁ ମାଡ଼ି ବସି ଲୁଟିଲେ ଦୁର୍ବୃତ୍ତ
ଯୁବକଙ୍କୁ ମାଡ଼ି ବସି ଲୁଟିଲେ ଦୁର୍ବୃତ୍ତ

By

Published : Jan 12, 2020, 8:24 PM IST

ନୂଆଦିଲ୍ଲୀ: ଦିନ ଦ୍ବିପ୍ରହରେ ରାସ୍ତା ମଝିରେ ଜଣେ ଯୁବକଙ୍କୁ ଲୁଟିଛନ୍ତି ଲୁଟେରା। ଏପରିକି ଲୁଟପାଟ୍ କରିବା ସମୟରେ ସମ୍ପୃକ୍ତ ଯୁବକଙ୍କ ଗଳାକୁ ମଧ୍ୟ ଚିପି ଦେଇଛନ୍ତି। ଯାହାର ଭିଡିଓ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆକ୍ସନ ମୁଡକୁ ଆସିଛି ଦିଲ୍ଲୀ ପୋଲିସ। ଏନେଇ କୌଣସି ଅଭିଯୋଗ ହୋଇନାହିଁ।

ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର-ପୂର୍ବ ଦିଲ୍ଲୀର ଜାଫରାବାଦ ଅଞ୍ଚଳରେ। ଏଠାରେ ଦିନ ଦ୍ବିପ୍ରହରେ ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କୁ 5 ଜଣ ପିଛା କରୁଥିଲେ। ପିଛା କରୁ କରୁ ହଠାତ ସେହି 5 ଜଣଙ୍କ ମଧ୍ୟରୁ ଜଣେ ଉକ୍ତ ଯୁବକଙ୍କ ପଛପଟକୁ ଯାଇ ତାଙ୍କ ଗଳାକୁ ଚିପି ଧରିଥିଲା। ଅନ୍ୟ 4 ଜଣ ଆସି ତାଙ୍କୁ ମାଡି ବସିବା ସହ ତାଙ୍କ ପକେଟରେ ଥିବା ପର୍ସ, ଏଟିଏମ କାର୍ଡ, ଟଙ୍କା ଆଦି ନେଇ ଚମ୍ପଟ ମାରିଥିଲେ।

ଯୁବକଙ୍କୁ ମାଡ଼ି ବସି ଲୁଟିଲେ ଦୁର୍ବୃତ୍ତ


ଏହି ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏ ଘଟଣାର ଖବର ଦିଲ୍ଲୀ ପୋଲିସ ପାଖରେ ପହଞ୍ଚିଛି। ଆଶ୍ଚର୍ଯ୍ୟର କଥା ଏହା ଯେ, ଯେତେବେଳେ ଲୁଟପାଟ କରାଯାଉଥିଲା, ସେ ସମୟରେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଲୋକେ ଲୁଟର ଶିକାର ହୋଇଥିବା ଯୁବକଙ୍କୁ ସାହାଯ୍ୟ କରିବା ପାଇଁ ଆସିନଥିଲେ। ସେପଟେ ତଳେ ପଡିଥିବା ପୀଡିତ କିଛି ସମୟ ପରେ ଉଠିବାକୁ ଚେଷ୍ଟା କରିଥିଲେ । ଏନେଇ ଖବର ମିଳିବା ପରେ ଆକ୍ସନ ମୁଡରେ ଥିବା ଦିଲ୍ଲୀ ପୋଲିସ ସେହି 5 ଜଣ ଲୁଟେରାଙ୍କୁ ଖୋଜିବା ସହ ଏ ଘଟଣାର ତଦନ୍ତ କରୁଛି।

ABOUT THE AUTHOR

...view details