ଶ୍ରୀନଗର: ବାନ୍ଦିପୋରା ଜିଲ୍ଲାରେ ଲସ୍କର-ଏ-ତୋଏବାର ତିନି ଜଣ ଓଭରଗ୍ରାଉଣ୍ଡ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଜଣେ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଉତ୍ତର କାଶ୍ମୀରର ଜିଲ୍ଲାର ହାଜିନ୍ ଅଞ୍ଚଳର ମୁଖ୍ୟ ବଜାରରେ ସକ୍ରିୟ ଏଲଇଟି ଆତଙ୍କବାଦୀଙ୍କ ନିର୍ଦ୍ଦେଶରେ ପାକିସ୍ତାନୀ ପତାକା ଉତ୍ତୋଳନ କରୁଥିବା ନେଇ ସୂଚନା ମିଳିଛି।
ସେ କହିଛନ୍ତି ଯେ, ଏକ ଭୟର ବାତାବରଣ ସୃଷ୍ଟି କରିବା ଏବଂ ହାଜିନ୍ ସହରର ସାଧାରଣ ଲୋକଙ୍କ ମଧ୍ୟରେ ଜାତୀୟ ବିରୋଧୀ ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପତାକା ଉତ୍ତୋଳନ କରାଯାଇଥିଲା। ଏମାନଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି । ସେପଟେ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ମଧ୍ୟ ଆରମ୍ଭ କରିଛି ।