ଓଡିଶା

odisha

ETV Bharat / bharat

ଶିଶୁ ସମେତ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି - ଜାମ୍ମୁ-କାଶ୍ମୀର ରହସ୍ୟମୟ ମୃତ୍ୟୁ

ଜାମ୍ମୁ-କାଶ୍ମୀରରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

Three of family found dead in J&K's Baramulla
ଶିଶୁ ସମେତ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି

By

Published : Jan 5, 2021, 5:17 PM IST

ଶ୍ରୀନଗର: ଶୋଇବା ଅବସ୍ଥାରେ ବାପା, ମାଆ ଓ ଦୁଇ ବର୍ଷୀୟ ଶିଶୁର ସନ୍ଦେହଜନକ ମୃତ୍ୟୁ । ଜାମ୍ମୁ-କାଶ୍ମୀର ବାରମୁଲା ଅଞ୍ଚଳରୁ ମଙ୍ଗଳବାର ଏହି ହୃଦୟ ବିଦାରକ ଘଟଣା ପ୍ରକାଶ ପାଇଛି । ମୃତକମାନେ ହେଲେ 43 ବର୍ଷୀୟ ମହମ୍ମଦ ମକବୁଲ, ତାଙ୍କ ପତ୍ନୀ ହସିନା ବେଗମ ଓ ସେମାନଙ୍କୁ ଦୁଇ ବର୍ଷର ପୁଅ ତାଲିବ ଲୋନ । ବିଷାକ୍ତ ଗ୍ୟାସ ଧୂଆଁରେ ଅଣନିଶ୍ବାସୀ ହୋଇ ସମସ୍ତଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ, ବାରମୁଲା ଜିଲ୍ଲାର ନିହାଲପୁର ଗ୍ରାମରେ ମହମ୍ମଦ ମକବୁଲଙ୍କ ଘର । ସେ ନିଜ ପନ୍ତ୍ରୀ ଓ ପୁଅ ସହିତ ରହୁଥିଲେ । ମଙ୍ଗଳବାର ତାଙ୍କ ବାସଭବନରୁ ଶୋଇଥିବା ଅବସ୍ଥାରେ ସମସ୍ତଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ବିଷାକ୍ତ ଗ୍ୟାସ ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟିଥିବା ପାରିପାର୍ଶ୍ବିକ ସ୍ଥିତିରୁ ପୋଲିସ ସନ୍ଦେହ କରୁଛି । ଘଟଣାର ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details