ଓଡିଶା

odisha

ETV Bharat / bharat

ପ୍ଲାଷ୍ଟିକରୁ ପେଟ୍ରୋଲ ତିଆରି କରୁଛନ୍ତି ପିଜି ଛାତ୍ର - ପ୍ଲାଷ୍ଟିକରୁ ଅଶୋଧିତ ତୈଳ

ପ୍ରଦୂଷଣର ଅନ୍ୟ ନାଁ ପ୍ଲାଷ୍ଟିକ ବୋଲି ବିଚାରକୁ ନିଆଯାଇପାରେ । ତେଣୁ ଦେଶରେ ପ୍ଲାଷ୍ଟିକ ମୁକ୍ତ ଆନ୍ଦୋଳନ ଜୋର ଧରିଛି । କିନ୍ତୁ ଏମିତି କିଛି ଅନୁଷ୍ଠାନ ବା ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠି ପ୍ଲାଷ୍ଟିକର ସଦବ୍ୟବହାର କରାଯାଇପାରୁଛି । ଅଦରକାରୀ ପ୍ଲାଷ୍ଟିକର ଅବକ୍ଷୟ ସହ ମୂଲ୍ୟବାନ ସାମଗ୍ରୀ ମିଳିପାରୁଛି । ଅଧିକ ପଢନ୍ତୁ...

waste plastics into crude oil
ପ୍ଲାଷ୍ଟିକରୁ ତେଲ: ପିଜି ଛାତ୍ରଙ୍କ ଉଲ୍ଲେଖନୀୟ ଅବଦାନ

By

Published : Jan 21, 2020, 8:06 AM IST

ବିଜୟୱାଡା: ବର୍ତ୍ତମାନ ସମୟରେ ପ୍ରଦୂଷଣର ପ୍ରତିଶବ୍ଦ ପାଲଟିଛି ପ୍ଲାଷ୍ଟିକ । ହେଲେ ଏ ପ୍ଲାଷ୍ଟିକର ଉଚିତ ବ୍ୟବହାର ଚମତ୍କାର ସଦୃଶ୍ୟ । ଏଭଳି ଦୃଷ୍ଟିକୋଣ ନେଇ ଉଲ୍ଲେଖୀୟ ସଫଳତା ହାସଲ କରିଛନ୍ତି ବିଜୟୱାଡାର କେବିଏନ କଲେଜର 3 ପିଜି(M.sc) ଛାତ୍ର । ଅଦରକାରୀ ପ୍ଲାଷ୍ଟିକରୁ ଉତ୍ପାଦନ କରିଛନ୍ତି ଶିଳ୍ପାନୁଷ୍ଠାନରେ ବ୍ୟବହୃତ ଅଶୋଧିତ ତୈଳ । ପିଭିସି ଅର୍ଥାତ ପୋଲି ଭିନାଇଲ କ୍ଲୋରାଇଡ ଯୁକ୍ତ ଅଦରକାରୀ ପ୍ଲାଷ୍ଟିକକୁ ତରଳାଇ ବାଷ୍ପ ଆକାରରେ ଉତ୍ପାଦିତ କରିପାରିଛନ୍ତି ଅଶୋଧିତ ତୈଳ ।

ପ୍ଲାଷ୍ଟିକରୁ ପେଟ୍ରୋଲ ତିଆରି କରୁଛନ୍ତି ପିଜି ଛାତ୍ର

ପ୍ରତିଦିନ ହଜାର ହଜାର ସଂଖ୍ୟକ ଅଦରକାରୀ ପ୍ଲାଷ୍ଟିକକୁ ଫିଙ୍ଗାଯାଉଛି । ଯେଉଁଥିରୁ କେତେକ ପୁନଃ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ ତ ଅନ୍ୟକେତେକ ପ୍ଲାଷ୍ଟିକ ଲେଡ ଓ ପାଇପ । ପ୍ଲାଷ୍ଟିକ ବୋତଲ ଓ କ୍ୟାପ ଉଚ୍ଚ ଗଳନାଙ୍କ ବିଶିଷ୍ଟ ପିଭିସି ଅର୍ଥାତ ପୋଲି ଭିନାଇଲ କ୍ଲୋରଇଡରୁ ପ୍ରସ୍ତୁତ । ଆଉ ଏସବୁ ବାହାର ଫୋପାଡିବା ଦ୍ବାରା ପରିବେଶର ପ୍ରଦୂଷଣର ମାତ୍ର ଦ୍ବିଗୁଣିତ ହୋଇଥାଏ । କିନ୍ତୁ 3 M.sc ଛାତ୍ର ଏହି ପ୍ଲାଷ୍ଟିକକୁ ପୁନଃବ୍ୟବହାର କରିବାକୁ ଯାଇ ଏଥିରୁ ପ୍ଲାଷ୍ଟିକ ଉତ୍ପାଦନ କରିଛନ୍ତି ।

ଶିବା, ପବନ କୁମାର ଓ ହରିଶ କୁମାର ଏହି ତିନି ଅର୍ଗାନିକ କେମେଷ୍ଟ୍ରିର ଛାତ୍ର ସଫଳତାପୂର୍ବକ ଅଦରକାରୀ ପ୍ଲାଷ୍ଟିକରୁ ଅଶୋଧିତ ତୈଳ ବାହାର କରିପାରିଛନ୍ତି। ଆଉ ଏହି ମଡେଲକୁ ସେମାନେ ତାଙ୍କର କଲେଜ ଟେକ ଫିଷ୍ଟରେ ପ୍ରଦର୍ଶନ କରିଥିଲେ । ଅଦରକାରୀ ପିସିଭି ପ୍ଲାଷ୍ଟିକକୁ ତରଳାଇ ବାଷ୍ପ ଆକାରରେ ଉତ୍ପାଦନ କରିପାରୁଛନ୍ତି ଏହି ତୈଳ ।

ପ୍ଲାଷ୍ଟିକରୁ ଅଶୋଧିତ ତୈଳ ଉତ୍ପାଦନ ହୋଇପାରୁଛି । ଏହା 2ଟି ପ୍ରକ୍ରିୟା ଗୋଟିଏ ସ୍ମଲ ସ୍କେଲ ଅନ୍ୟଟି ଲାର୍ଜର ସ୍କେଲ ଦେଇ ଗତି କରିଥାଏ । ଏହାପରେ ପୋଲି ଭିନାଇଲ କ୍ଲୋରାଇଡକୁ ଉତ୍ତପ୍ତ କରାଯିବା ପରେ ସେଥିରୁ ବାଷ୍ପ ଆକାରରେ ଅଶୋଧିତ ତୈଳ ବାହାରିଥାଏ । ପରେ ପାଇରୋଲିସ ପ୍ରକ୍ରିୟାରେ ଅଶୋଧିତ ତୈଳରୁ ପେଟ୍ରୋଲ ମିଳିଥାଏ ବୋଲି ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତାକାରରେ କହିଛନ୍ତି ଶିବା । ଆଉ ପାଇରୋଲିସିସ ପ୍ରକ୍ରିୟାରେ ଏହି ତୈଳରୁ ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ହୋଇପାରୁଛି । ଆଉ ସେମାନଙ୍କ ଦାବି ଅନୁସାରେ 2 କେଜି ଅଦରକାରୀ ପ୍ଲାଷ୍ଟିକରୁ ପାଖାପାଖି 100 ଗ୍ରାମ ଅଶୋଧିତ ତୈଳ ଉତ୍ପାଦିତ ହେଉଛି । ଅନ୍ୟ ଏକ ଛାତ୍ର କୁହନ୍ତି, କ୍ୟାପ ଓ ପାଇପରୁ ମଧ୍ୟ ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରାଯାଇପାରିବ । ହେଲେ ଏଥିପାଇଁ ପ୍ରଫେସରଙ୍କ ମାର୍ଗଦର୍ଶନ ଆବଶ୍ୟକ ।

ପ୍ଲାଷ୍ଟିକରୁ ଅଶୋଧିତ ତୈଳ ମିଳିଥାଏ । ଏହି ପ୍ରୋଜେକ୍ଟରେ, ପୋଲି ଭିନାଇଲ କ୍ଲୋରାଇଡ ଯୁକ୍ତ ପ୍ଲାଷ୍ଟିକକୁ 200 ରୁ 400 ଡିଗ୍ରୀ ସେଣ୍ଟିଗ୍ରେଡରେ ପାଇରୋଲିସ ପ୍ରକ୍ରିୟା ଦେଇ ଯିବାକୁ ପଡେ। ପରେ ଅଶୋଧିତ ତୈଳ ମିଳିଥାଏ । ଏହାପରେ ସେଥିରୁ ପ୍ଲାଷ୍ଟିକ ଓ ଡିଜେଲ ଭଳି ତୈଳ ଉତ୍ପାଦନ କରାଯାଇଥାଏ । ଏହି ପ୍ରକ୍ରିୟା ମାଧ୍ୟମରେ ଆମେ 30ରୁ 40 ଟଙ୍କାର ପେଟ୍ରୋଲ ମିଳିଥାଏ । ସବୁ ପ୍ରକାର ପ୍ଲାଷ୍ଟିକରୁ ବ୍ୟବହାର ପରେ, ପିଭିସି ପାଇପ ଏଥିପାଇଁ ବେଶ ଉପଯୋଗୀ ବୋଲି କହିଛନ୍ତି କେମେଷ୍ଟ୍ରି ବିଭାଗର ମୁଖ୍ୟ ଡ.କ୍ରିଷ୍ଣାବେଣୀ ।

ABOUT THE AUTHOR

...view details