ଓଡିଶା

odisha

ETV Bharat / bharat

କେଦାରନାଥ ଧାମରେ ନିର୍ମିତ ହେବ ଆଉ 3ଗୁମ୍ଫା

ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଅନୁସାରେ କେଦାରନାଥ ଧାମରେ ଆଉ 3ଟି ଗୁମ୍ଫା ନିର୍ମାଣ କରାଯିବ । ଏହି ଗୁମ୍ଫା ଦ୍ବାରା ଶ୍ରଦ୍ଧାଳୁଙ୍କୁ ଯୋଗ, ଧ୍ୟାନ କରିବାକୁ ସହଜ ହେବ । ଏହା ପୂର୍ବରୁ କେଦାରନାଥ ଧାମରେ ଗୋଟିଏ ହିଁ ଗୁମ୍ଫା ରହିଥିଲା ।

କେଦାରନାଥ ଧାମରେ ନିର୍ମିତ ହେବ ଆଉ 3ଗୁମ୍ଫା
କେଦାରନାଥ ଧାମରେ ନିର୍ମିତ ହେବ ଆଉ 3ଗୁମ୍ଫା

By

Published : Oct 1, 2020, 1:44 PM IST

ଡେରାଡୁନ: ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଅନୁସାରେ କେଦାରନାଥ ଧାମରେ ଆଉ 3ଟି ଗୁମ୍ଫା ନିର୍ମାଣ କରାଯିବ । ଏହି ଗୁମ୍ଫା ଦ୍ବାରା ଶ୍ରଦ୍ଧାଳୁଙ୍କୁ ଯୋଗ, ଧ୍ୟାନ କରିବାକୁ ସହଜ ହେବ । ଏହା ପୂର୍ବରୁ କେଦାରନାଥ ଧାମରେ ଗୋଟିଏ ହିଁ ଗୁମ୍ଫା ରହିଥିଲା । ଏଥିସହ ଅକ୍ଟୋବରରୁ କେଦାରନାଥ ଧାମ ପାଇଁ ଏୟାର ସର୍ଭିସ ଆରମ୍ଭ ହେବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରପୁରୀ ଗୁମ୍ଫାରେ ଗତବର୍ଷ ଧ୍ୟାନ କରିଥିଲେ

ସୂଚନାଥାଉକି, ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରପୁରୀରୁ ଦେଢ କି.ମି ଦୂରରେ ଅବସ୍ଥିତ ଗୁମ୍ଫାରେ ଧ୍ୟାନ କରିଥିଲେ । ଏହାପର ଠାରୁ ଗୁମ୍ଫାରେ ଧ୍ୟାନ ଓ ଯୋଗ କରିବା ପାଇଁ ଶ୍ରଦ୍ଧାଳୁମାନେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ । ଏଥିଲାଗି ଜିଲ୍ଲାପ୍ରଶାସନକୁ ଆଉ 3ଟି ଗୁମ୍ଫାର ନିର୍ମାଣ ପାଇଁ କୁହାଯାଇଥିଲା । ଏହି ପ୍ରୋଜେକ୍ଟ ପାଇଁ ପ୍ରାୟ 27ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ତେବେ ଏହି ଗୁମ୍ଫା 2ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।

କେଦାରନାଥ ଧାମରେ ନିର୍ମିତ ହେବ ଆଉ 3ଗୁମ୍ଫା

ଅନ୍ୟପଟେ ଅକ୍ଟୋବରର ପ୍ରଥମ ସପ୍ତାହରୁ ହେଲିକ୍ୟାପ୍ଟର ସେବା ଆରମ୍ଭ ହୋଇପାରେ । ଏହି ଖବର ପରେ ସେଠାକାର ବେପାରୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି । ସେମାନେ କହିଛନ୍ତି ଯେ, ଏହାଦ୍ବାରା ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ଭଲ ବ୍ୟବସାୟର ଆଶା ରହିଛି ।

ତେବେ ହେଲିକପ୍ଟର ସେବା ପାଇଁ କୋଭିଡ ଏସଓପି ମଧ୍ୟ ପ୍ରସ୍ତୁତ ହୋଇ ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details