ନୂଆଦିଲ୍ଲୀ: କୋରୋନା କାଳରେ ସମଗ୍ର ଦେଶରୁ ହୃଦୟବିଦାରକ ଓ ସମ୍ବେଦନଶୀଳ ଘଟଣାମାନ ସାମ୍ନାକୁ ଆସୁଛି । ପ୍ରତିଦିନ ଗଣମାଧ୍ୟମରେ କୋରୋନା ବିତ୍ପାତ ସହ କୋରୋନାର କରାଳତା ଆଗରେ କିଭଳି ମନୁଷ୍ୟ ଲାଚାର, ଗରିବୀର ଦାରୁଣ ଚିତ୍ର ଶିରୋନାମା ପାଲଟୁଛି । ଏମିତି ଏକ ଖବର ପୁଣି ଥରେ କୋରୋନାର ପ୍ରକୋପକୁ ସାମ୍ନାାକୁ ଆଣିଛି । ନିଜ 50ତମ ଜନ୍ମଦିନ ପାଳନର ତିନି ମାସ ପରେ କୋରୋନା ଯୁଦ୍ଧରେ ହାରିଯାଇଛନ୍ତି ସିଆରପିଏଫର ଯବାନ । ସିଆରପିଏଫରେ କୋରୋନା ଯୋଗୁଁ ଏହା ଦ୍ବିତୀୟ ମୃତ୍ୟୁ ରିପୋର୍ଟ ।
ସୂଚନା ଯେ, ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) ସହକାରୀ ସବ୍-ଇନ୍ସପେକ୍ଟର କୋରୋନା ବିରୋଧୀ ଯୁଦ୍ଧରେ ହାରିଯାଇଛନ୍ତି । ନିଜ ଜନ୍ମଦିନ ପାଳନ କରିବାର ତିନି ମାସ ପରେ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ସିଆରପିଏଫର 84 ତମ ବାଟାଲିୟନରେ ନିୟୋଜିତ ଏଏସଆଇ ବୁଧବାର ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।