ଓଡିଶା

odisha

ETV Bharat / bharat

ଟିଏମସିକୁ ଝଟକା: ଦଳୀୟ ବିଧାୟକ ଏବଂ କାଉନସିଲର ବିଜେପିରେ ସାମିଲ

2019 ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା। ଏଥରର ନିର୍ବାଚନରେ ଦଳର ଆସନ ସଂଖ୍ୟା କମିଥିବା ବେଳେ, ଏବେ ଦଳୀୟ ବିଧାୟକ ଏବଂ କାଉନସିଲର ବିଜେପିରେ ସାମିଲ ହୋଇଛନ୍ତି।

By

Published : May 28, 2019, 5:29 PM IST

ଫଟୋ ସୌଜନ୍ୟ: ଟ୍ୱିଟର@ANI

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ବଦଳାଇ ଦେଇଛି ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗ । ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ଥିବା ଶାସକ ତୃଣମୂଳ କଂଗ୍ରେସକୁ(ଟିଏମସି) ଲାଗିଛି ଜୋରଦାର ଝଟକା । ପ୍ରଥମତଃ 2019 ନିର୍ବାଚନରେ ଦଳର ଆସନ ସଂଖ୍ୟା 34ରୁ ଆସି 22ରେ ପହଞ୍ଚିଛି । ଆଉ ଏବେ ଦଳୀୟ ବିଧାୟକ ଏବଂ କାଉନସିଲର ବିଜେପିରେ ସାମିଲ ହୋଇଛନ୍ତି।

ଫଟୋ ସୌଜନ୍ୟ: ଟ୍ୱିଟର@ANI

ଏହାରି ମଧ୍ୟରେ ଟିଏମସିର 2 ଏବଂ ଜଣେ ବାମଦଳ ବିଧାୟକ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଉପସ୍ଥିତ ରହି ଦଳରେ ଯୋଗଦାନ କରିଛନ୍ତି । ସେମାନେ ହେଉଛନ୍ତି ଟିଏମସିରୁ ବହିଷ୍କୃତ ତଥା ବିଜେପିର ବରିଷ୍ଠ ନେତା ମୁକୁଲ ରାୟଙ୍କ ପୁଅ ଶୁଭ୍ରାଶୁଂ ରୟ ଏବଂ ତୁଷାରକାନ୍ତି ଭଟ୍ଟାଚାର୍ଯ୍ୟ। ଅନ୍ୟପଟେ ସିପିଏମ ବିଧାୟକ ଦେବେନ୍ଦ୍ର ରୟଙ୍କ ସମେତ 50 ଜଣ ଟିଏମସି କାଉନସିଲର ମଧ୍ୟ ନିଜ ଦଳ ଛାଡି ପଦ୍ମ ଶିବିରରେ ମିଶି ଯାଇଛନ୍ତି।

ଫଟୋ ସୌଜନ୍ୟ: ଟ୍ୱିଟର@ANI

ଏହା ଉପରେ ପ୍ରତିକ୍ରିୟା ରଖି ଦିନକ ପୂର୍ବରୁ ମୁକୁଲ ରାୟ କହିଛନ୍ତି ଯେ, ବିଜେପିକୁ ସମର୍ଥନ ଜଣାଇବା ନେଇ ପଶ୍ଚିମବଙ୍ଗ ଲୋକେ ପ୍ରସ୍ତୁତ ହୋଇସାରିଛନ୍ତି। ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ତାଙ୍କ ପୁଅ ଶୁଭ୍ରାଶୁଂ ରୟଙ୍କୁ 6 ବର୍ଷ ପାଇଁ ଟିଏମସିରୁ ବହିଷ୍କୃତ କରାଯାଇଛି।

ଅନ୍ୟପଟେ ଏ ସମ୍ପର୍କରେ ମତ ରଖି ବିଜେପିର ରାଷ୍ଟ୍ରୀୟ ମହାସଚିବ ତଥା ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟଭାର୍ଗୀୟ କହିଛନ୍ତି ବିରୋଧି ଦଳର 3 ବିଧାୟକ ଏବଂ 50 କାଉନସିଲର ଇତି ମଧ୍ୟରେ ନିଜ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଭବିଷ୍ୟତରେ ଏପରି ଦଳୀୟ ମିଶ୍ରଣ ପର୍ବ ଜାରି ରହିବ। ଏହା ଆରମ୍ଭ ମାତ୍ର।

ABOUT THE AUTHOR

...view details