ହାଇଦ୍ରାବାଦ: ତେଲେଙ୍ଗାନାରେ କ୍ରମଶଃ କୋରୋନା ସ୍ଥିତି ଖରାପ ହେବାରେ ଲାଗୁଛି । ରାଜ୍ୟକୁ ପ୍ରବାସୀ ଶ୍ରମିକ ଚିନ୍ତା ମଧ୍ୟ ଘାରିଛି । ଏପରିସ୍ଥଳେ ଗୁରୁବାର ତେଲେଙ୍ଗାନାରେ 15 ଜଣଙ୍କ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ 3 ଜଣଙ୍କ କୋରୋନା ରିପୋର୍ଟ ପଜେଟିଭ ରହିଛି । ରାଜ୍ୟ ବର୍ତ୍ତମାନ କୋରୋନା ସଂକ୍ରମଣ ରିପୋର୍ଟ 1,122ରେ ପହଞ୍ଚିଛି ।
ରାଜ୍ୟରେ ପ୍ରବାସୀ ଶ୍ରମିକ କୋରୋନା ସଂକ୍ରମିତ ହେବା ପ୍ରଥମ ଘଟଣା । ପ୍ରବାସୀମାନଙ୍କ ମଧ୍ୟରେ ସନ୍ଦେହଜନକ କୋରୋନା ଲକ୍ଷଣ ପାଇଥିଲେ ଏବଂ ପରୀକ୍ଷା ପାଇଁ ନମୁନା ପଠାଇଥିଲେ | 15 ଜଣଙ୍କ ମଧ୍ୟରୁ 3 ଜଣ କୋରୋନା ସଂକ୍ରମିତ ଥିବା ରିପୋର୍ଟ ଆସିଥିଲା । ଏହାପରେ ତିନି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲାମ ।
ଅବଶିଷ୍ଟ 12 ଟି ମାମଲା ଗ୍ରେଟର ହାଇଦ୍ରାବାଦରୁ ବୋଲି ଜଣାଯାଇଛି । ଯାହାକି ସମସ୍ତ ଜିଲ୍ଲା ମଧ୍ୟରେ ସର୍ବାଧିକ ପ୍ରଭାବିତ ହୋଇଥିଲା |