ଓଡିଶା

odisha

ETV Bharat / bharat

ପାଟନାରୁ 3 ଉଗ୍ରବାଦୀ ଗିରଫ, ବଡ଼ଧରଣର ଆକ୍ରମଣ ଯୋଜନା ପଣ୍ଡ

ପାଟନାରୁ 3 ଉଗ୍ରବାଦୀ ଗିରଫ । ବଡଧରଣର ଆକ୍ରମଣ ଯୋଜନା କରୁଥିବା ବେଳେ ତାହାକୁ ପଣ୍ଡ କରିଛି ପାଟନା ଓ ମଣିପୁର ପୋଲିସ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Aug 9, 2019, 5:32 PM IST

ପାଟନା: ମଣିପୁରର 3 ଉଗ୍ରବାଦୀଙ୍କୁ ପାଟନା ପୋଲିସ ଶୁକ୍ରବାର ଗିରଫ କରିଛି । ମଣିପୁର ପୋଲିସ ସହାୟତାରେ ପାଟନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ମୁତାବକ ପୂର୍ବରୁ ରାଜ୍ୟରେ ଏକ ବଡ଼ଧରଣର ଆକ୍ରମଣ ହେବା ନେଇ ମଣିପୁର ପୋଲିସକୁ ସୂଚନା ମିଳିଥିଲା । ଏନେଇ ମଣିପୁର ପୋଲିସ ପାଟନା ପୋଲିସକୁ ସୂଚନା ଦେଇଥିଲା । ଫଳରେ ଦୀର୍ଘଦିନରୁ କୋତବାଲୀ ଥାନା ଅଞ୍ଚଳରେ ମଣିପୁର ଓ ପାଟନା ପୋଲିସ ନଜର ରଖିଥିଲେ । ତେବେ ଏହି ଥାନାଞ୍ଚଳରେ ଉଗ୍ରବାଦୀମାନେ ଲୁଚି ଥିବା ଖବର ମିଳିଥିଲା । ଫଳରେ ଏନେଇ ମଣିପୁର ପୋଲିସ ପାଟନା ପୋଲିସ ସହିତ ଯୋଗାଯୋଗ କରିଥିଲା ଏବଂ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲା ।

ଏହି ଥାନାଞ୍ଚଳରେ ଗୁରୁବାର ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଉଗ୍ରବାଦୀଙ୍କୁ ଗିରଫ କରିଥିଲା । ଗିରଫ ଉଗ୍ରବାଦୀଙ୍କ ନାମ ହେଉଛି ସପନା କନଗିଲ ପାଲ, ରୋଶନ ସିଂ ଓ ଓ୍ବାହି ଥାଓ୍ବା ।

ABOUT THE AUTHOR

...view details