ଓଡିଶା

odisha

ETV Bharat / bharat

କୋରୋନା ପ୍ରଭାବ: 3 ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ - Three Indians killed due to coronavirus abroad

ସୋମବାର 3 ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ବର୍ତମାନ ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା 15,300 ପହଞ୍ଚିଲାଣି ।

three-indians-killed-due-to-coronavirus-abroad
କୋରୋନା ପ୍ରଭାବ: 3 ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ

By

Published : Mar 23, 2020, 7:57 PM IST

ନୂଆଦିଲ୍ଲୀ: ବଢୁଛି ମହାମାରୀ କୋରୋନା ଭାଇରସର ଆତଙ୍କ । ସୋମବାର 3 ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ବର୍ତମାନ ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା 15,300 ପହଞ୍ଚିଲାଣି ।

କୋରୋନା ସଚେତନତା

ମିଳିଥିବା ଖବର ଅନୁସାରେ, ଇରାନ, ଇଜିପ୍ଟ ଏବଂ ସ୍ବିଡେନର 3 ଜଣ ଭାରତୀୟଙ୍କ କୋରୋନା ପଜିଟିଭ୍ ଚିହ୍ନଟ କରାଯାଇଥିଲା । ସ୍ବିଡେନର ପ୍ରବାସୀ ଭାରତୀୟ ଜଣଙ୍କ ତାମିଲନାଡୁର । ତେବେ ତାଙ୍କୁ ପଜେଟିଭ୍‌ ଚିହ୍ନଟ କରାଯିବା ପରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେହିପରି ଇରାନରେ ଦେହାନ୍ତ ହୋଇଥିବା ଭାରତୀୟ ନାଗରିକ ଲଦାଖରୁ ଜଣେ 61 ବର୍ଷ ବୟସ୍କ ବ୍ୟକ୍ତି ଥିଲେ । ଇଜିପ୍ଟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 45 ବର୍ଷ ବୋଲି ସୂତ୍ରରୁ ପ୍ରକାଶ ହୋଇଛି ।

ପ୍ରାୟ 276 ପ୍ରବାସୀ ଭାରତୀୟ ନାଗରିକଙ୍କୁ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ କରାଯାଇଛି । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଇରାନରେ ଅଛନ୍ତି । ଗତ ସପ୍ତାହରେ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ବି ବ୍ୟାପାର ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ, ଇରାନରେ 255 ଜଣ ଭାରତୀୟ, ୟୁଏଇରେ 12 ଜଣ, ଇଟାଲୀରେ 5 ଜଣ ଏବଂ ହଂକଂ, କୁଏତ, ରୁୱାଣ୍ଡା ଏବଂ ଶ୍ରୀଲଙ୍କାରେ ଜଣେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ନିଜ ନିଜ ସ୍ଥାନରେ ଚିକିତ୍ସା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ | ଅନ୍ୟପଟେ ଆଜି ଭାରତ ସରକାର ସମସ୍ତ ବାଣିଜ୍ୟିକ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି ।

@IANS

ABOUT THE AUTHOR

...view details