ଭୋପାଳ: ମଧ୍ୟପ୍ରଦେଶରେ ରହିଛି ଯମରାଜଙ୍କ ମନ୍ଦିର । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ମଧ୍ୟପ୍ରଦେଶ ଗ୍ବାଲିୟର ସ୍ଥିତ ଫୁଲ ଗ୍ରାମରେ ରହିଛି ଏହି ମନ୍ଦିର । ମନ୍ଦିରରେ ମାର୍କଣ୍ଡେଶ୍ବରଙ୍କ ସହିତ ଯମରାଜଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଦୀପାବଳିର ଠିକ ପୂର୍ବରୁ ଅର୍ଥାତ ଚତୁର୍ଦ୍ଦଶୀ ଦିନ ହିଁ ଏଠାରେ ବେଶ ଧୁମଧାମରେ ପୂଜାର୍ଚ୍ଚନା କରାଯାଇଥାଏ ।
ଯମରାଜଙ୍କ ଏହି ମନ୍ଦିର ପାଖାପାଖି 3 ଶହ ବର୍ଷ ପୁରୁଣା ହେବ ବୋଲି ଜଣାପଡ଼ିଛି । ଗ୍ବାଲିୟର ଅଞ୍ଚଳରେ ଏହା ଏକମାତ୍ର ମନ୍ଦିର ହୋଇଥିବାରୁ ଏହା ଭକ୍ତି ଓ ପରମ୍ପରାର କେନ୍ଦ୍ରବିନ୍ଦୁ ପାଲଟିଥିଏ । ସମଗ୍ର ଦେଶରୁ ଏଠାକୁ ଶ୍ରଦ୍ଧାଳୁମାନେ ଆସି ପୂଜାର୍ଚ୍ଚନା କରିଥାନ୍ତି । ଯମରାଜଙ୍କ ପୂଜା କରିବା ଦ୍ବାରା ପାପ କ୍ଷୟ ବୋଲି ବିଶ୍ବାସ ରହିଛି ।