ଓଟାୱା: ପଶ୍ଚିମ କାନାଡାର ପାର୍ବତୀୟ କ୍ଷେତ୍ରରେ ଭୂସ୍ଖଳନ । ଏଥିରେ ବିଶ୍ବର 3ଜଣ ବିଖ୍ୟାତ ପର୍ବତାରୋହୀ ପେଶାଓ୍ବରରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଏପରିକି ସେମାନଙ୍କର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ମଧ୍ୟ କରାଯାଉଛି ।
ଭୂସ୍ଖଳନରେ 3 ପ୍ରତିଷ୍ଠିତ ପର୍ବତାରୋହୀଙ୍କ ମୃତ୍ୟୁ ! - ପର୍ବତାରୋହୀ
ପଶ୍ଚିମ କାନାଡାର ପାର୍ବତୀୟ କ୍ଷେତ୍ରରେ ଭୂସ୍ଖଳନ ଯୋଗୁଁ 3 ପ୍ରତିଷ୍ଠିତ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ।

ପ୍ରତିକାତ୍ମକ ଫଟୋ
ସେମାନେ ହେଲେ ଆମେରିକାର ଜୋଶ୍ ରୋଶକେଲେ , ଇଂଶଜୋର୍ଗ ଏୟୁର ଓ ଡେବିଡ୍ ଲାମା । ସେମାନଙ୍କୁ ହେଲିକପ୍ଟର ସାହାଯ୍ୟରେ ଖୋଜାଖୋଜି କରାଯାଉଥିବା ସେଠାକାର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଏହି ପର୍ବତାରୋହୀମାନେ ପର୍ବତାରୋହଣ କରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଭୂସ୍ଖଳନ ହୋଇଥିଲା । ଫଳରେ ସେମାନେ ନିଖୋଜ ହୋଇଥିଲା । ବହୁ ଖୋଜାଖୋଜି ପରେ ସେମାନଙ୍କ କୌଣସି ସନ୍ଧାନ ମିଳିପାରୁ ନଥିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।