ଓଡିଶା

odisha

ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ସମେତ 2 ଛୁଆ ମୃତ

By

Published : Sep 11, 2019, 12:21 PM IST

କର୍ଣ୍ଣାଟକର ଚନ୍ନାରାୟପାଟ୍ଟନା ହାସନ ଜିଲ୍ଲା ବଗୁର ଅନ୍ତର୍ଗତ ଅଗସର ଗ୍ରାମରେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ବେଙ୍ଗାଲୁରୁ: ବିଦ୍ୟୁତତାର ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ଚନ୍ନାରାୟପାଟ୍ଟନା ହାସନ ଜିଲ୍ଲା ବଗୁର ଅନ୍ତର୍ଗତ ଅଗସର ଗ୍ରାମରେ । ବିଦ୍ୟୁତତାର ସଂସ୍ପର୍ଶରେ ଆସିବା ଫଳରେ ଗୋଟିଏ ପରିବାରର ମା, ଝିଅ ଓ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଘଟଣାଟି ଘଟିଥିଲା ଏପରି । ଯେତେବେଳେ ମହିଳା ଭାଗ୍ୟମ୍ମା କିଛି କପଡା ଧୋଇ ବିଦ୍ୟୁତ ତାରରେ ଶୁଖାଇଥିଲାବେଳକୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ସେ ଘଟଣାସ୍ଥଳରେ ହିଁ ବହୁତ ଜୋରରେ ଚିତ୍କାର କରିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଝିଅ ଦ୍ରକ୍ଷୟିନୀ ଓ ପୁଅ ଦୟାନନ୍ଦ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଏକା ସାଙ୍ଗରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ସାନ୍ତ୍ବନା ଦେବା ସହ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details