ଶ୍ରୀନଗର: ଦେଶ କୋରୋନା ସହିତ ଲଢୁଥିବାବେଳେ ପାକ୍ ସେନା ଓ ଆତଙ୍କବାଦୀ ପରିସ୍ଥିତିର ଫାଇଦା ଉଠାଉଛନ୍ତି । ନିକଟରେ ପାକ୍ ସେନା ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଉଥିବାର ଦେଖିବାକୁ ମିଳିଥିଲା । ସେହିପରି ଆତଙ୍କବାଦୀମାନେ ମଧ୍ୟ ଜମ୍ମୁ ଓ କାଶ୍ମୀରରେ ସେନା ଉପରେ ଆକ୍ରମଣ କରିଛନ୍ତି ।
ଶନିବାର ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ ମାତିଛନ୍ତି । ବାରମୂଲା ସୋପୋର ଜିଲ୍ଲାରେ ଆତଙ୍କବାଦୀ ସିଆରପିଏଫ ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ଟିମ ଉପରକୁ ଆକ୍ରମଣ କରିଛନ୍ତି । ଯବାନଙ୍କ ଟିମ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଲୁଚିଥିବା ଆତଙ୍କୀ । ଏଥିରେ 3 ଜଣ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି ।