ଓଡିଶା

odisha

ETV Bharat / bharat

ପୋଲିସଙ୍କ ପାଇଁ 3 କୋଭିଡ କେୟାର ସେଣ୍ଟର ନିର୍ମାଣ କଲା ମହାରାଷ୍ଟ୍ର

ମହାମାରୀ କୋରୋନାରେ ମହାରାଷ୍ଟ୍ର 8 ପୋଲିସ କର୍ମଚାରୀଙ୍କ ଜୀବନ ଯାଇଛି । 117 ଅଗ୍ନିଶମ ବିଭାଗ ଏହି ମହାମାରୀ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଯେଉଥିପାଇଁ ମହାରାଷ୍ଟ୍ର ନିର୍ମାଣ କରିଛି ପୋଲିସ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର କୋଭିଡ କେୟାର ସେଣ୍ଟର। ଅଧିକ ପଢନ୍ତୁ...

By

Published : Jun 26, 2020, 2:32 PM IST

Updated : Jun 26, 2020, 2:46 PM IST

ପୋଲିସଙ୍କ ପାଇଁ 3 କୋଭିଡ କେୟାର ସେଣ୍ଟର ନିର୍ମାଣ କଲା ମହାରାଷ୍ଟ୍ର
ପୋଲିସଙ୍କ ପାଇଁ 3 କୋଭିଡ କେୟାର ସେଣ୍ଟର ନିର୍ମାଣ କଲା ମହାରାଷ୍ଟ୍ର

ମୁମ୍ବାଇ: ମହାରାଷ୍ଟ୍ରରେ ପୋଲିସ କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ବତନ୍ତ୍ର କୋଭିଡ-19 ସେଣ୍ଟର । ପୋଲିସ କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାର ବର୍ଗ ମିଳିବ ଚିକିତ୍ସା । କଲିନା, ମେରାଇନ ଡ୍ରାଇଭ ଓ ମାରୋଲରେ 1000 ଶଯ୍ୟା ବିଶିଷ୍ଟ ତିନୋଟି କୋଭିଡ-ସେଣ୍ଟର ପ୍ରସ୍ତୁତ କରାଯାଇଛି ।

ଏହି ସମସ୍ତ ସେଣ୍ଟରରେ ଗୋଟିଏ ରୁମରେ 4ଟି ବେଡ ପଡିଛି । ଆକ୍ରାନ୍ତଙ୍କ ସମୟ ଅତିବାହିତ ପାଇଁ କ୍ୟାରମ, ଚେସ ଖେଳ ଉପକରଣ ଯୋଗାଇ ଦିଆଯାଇଛି । ଏଥିସହ ଏକ ଛୋଟିଆ ଲାଇବ୍ରେରୀ ମଧ୍ୟ କରାଯାଇଛି । ସେଠାରେ 24 ଘଣ୍ଟା ଡାକ୍ତର ମଧ୍ୟ ଉପଲବ୍ଧ ରହିବେ ।

ସୂଚନାଯୋଗ୍ୟ, ମୁମ୍ବାଇରେ କୋରୋନା ସଂକ୍ରମିତ ହୋଇ 30 ପୋଲିସ କର୍ମଚାରୀଙ୍କ ମୃତ୍ୟୁବରଣ ହୋଇଛି । ଜୁନ 25 ସୁଦ୍ଧା 117 ଜଣ ଅଗ୍ନିଶମ କର୍ମଚାରୀ କୋରୋନା ଦ୍ବାରା ସଂକ୍ରମିତ ହୋଇଥିଲେ । ଏଥିରୁ 80 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 8ଜଣଙ୍କ ଜୀବନ ଯାଇଛି ।

Last Updated : Jun 26, 2020, 2:46 PM IST

For All Latest Updates

TAGGED:

Mumbai

ABOUT THE AUTHOR

...view details