ଓଡିଶା

odisha

ETV Bharat / bharat

ଶ୍ରମ ସଂସ୍କାର ସହ ଜଡିତ ତିନୋଟି ବିଲ୍ ରାଜ୍ୟସଭାରେ ପାରିତ - Rajya Sabha

ରାଜ୍ୟସଭାରେ ଶ୍ରମିକଙ୍କ ସହ ଜଡିତ ତିନୋଟି ବିଲ୍ ପାରିତ ହୋଇଛି । ଶ୍ରମିକ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ ସଂହିତା-2020, ଶିଳ୍ପ ସମ୍ପର୍କ ସଂହିତା,2020 ଏବଂ ସାମାଜିକ ସୁରକ୍ଷା ସଂହିତା, 2020 ପାରିତ ହୋଇଛି ।

ରାଜ୍ୟସଭା
ରାଜ୍ୟସଭା

By

Published : Sep 23, 2020, 1:54 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଶ୍ରମିକଙ୍କ ସହ ଜଡିତ ତିନୋଟି ବିଲ୍ ପାରିତ ହୋଇଛି । ଶ୍ରମିକ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ ସଂହିତା-2020, ଶିଳ୍ପ ସମ୍ପର୍କ ସଂହିତା,2020 ଏବଂ ସାମାଜିକ ସୁରକ୍ଷା ସଂହିତା, 2020 ପାରିତ ହୋଇଛି । ଏହି ସମସ୍ତ ବିଲ୍ ଲୋକସଭା ପୂର୍ବରୁ ପାରିତ ହୋଇସାରିଛି। ସମସ୍ତ ତିନୋଟି ବିଲ୍ ରାଜ୍ୟସଭାରେ ଭଏସ୍ ଭୋଟ୍ ଦେଇ ପାରିତ ହୋଇଛି।

ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗୃହରେ କହିଛନ୍ତି ଯେ ଶ୍ରମିକମାନେ 72 ବର୍ଷ ଧରି ନ୍ୟାୟ ପାଇଁ ସଂଗ୍ରାମ କରୁଛନ୍ତି। ସେମାନଙ୍କୁ ନ୍ୟାୟ ଦେବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରକାଶ ଜାଭଡେକର ଏହି ବିଲର ଲାଭ ବିଷୟରେ କହିଥିଲେ। ସେ କହିଛନ୍ତି ଯେ ସମସ୍ତ ଶ୍ରମିକ ସର୍ବନିମ୍ନ ମଜୁରୀ ପାଇବେ, ଠିକ୍ ସମୟରେ ମଜୁରୀ ପାଇବେ, ପୁରୁଷ ଏବଂ ମହିଳା ଶ୍ରମିକ ସମାନ ଦରମା ପାଇବେ, ନିଯୁକ୍ତି ପତ୍ର ଗ୍ରହଣ କରାଯିବ।

ସମସ୍ତ ଶ୍ରମିକଙ୍କୁ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଦିଆଯିବ । ଚାକିରି ଛାଡିବା ପରେ ତିନିମାସ ପାଇଁ ଅଧା ବେତନ ପାଇବେ । ପ୍ରବାସୀ ଶ୍ରମିକ ପ୍ରତିବର୍ଷ ଥରେ ଘରକୁ ଯିବା ପାଇଁ ସ୍ଥାନାନ୍ତରଣ ଭତ୍ତା ପାଇବେ । ଯେଉଁଠାରେ ପ୍ରବାସୀ ଶ୍ରମିକ କାମ କରନ୍ତି, ସେଠାରେ ସେମାନେ ରାସନ ପାଇବେ । ମହିଳା ଶ୍ରମିକମାନଙ୍କୁ ରାତିରେ କାମ କରିବାକୁ ଅନୁମତି ଦିଆଯିବ । କିନ୍ତୁ ସେମାନଙ୍କ ସୁରକ୍ଷା ଦାୟିତ୍ବ ନିଯୁକ୍ତିଦାତାଙ୍କର ହେବ ।

ଅନ୍ୟପକ୍ଷେ କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳ ଏହି ବିଲକୁ ବିରୋଧ କରୁଛନ୍ତି। ବିରୋଧୀ ଦଳ କହିଛନ୍ତି ଯେ ଏହି ଶ୍ରମ ଆଇନ ଶ୍ରମିକ ବିରୋଧୀ, ପୁଞ୍ଜିପତି ଏବଂ ଶିଳ୍ପପତିଙ୍କ ପାଇଁ ଲାଭଦାୟକ ହେବ। ଅର୍ଥନୈତିକ ମନ୍ଥରତା ଏବଂ ଏହାପରେ ଲକଡାଉନ୍ ପରେ ଦେଶରେ ଶ୍ରମିକଙ୍କ ଅବସ୍ଥା ଖରାପ ହୋଇସାରିଛି । ଏହି ଶ୍ରମ ଆଇନ ସେମାନଙ୍କୁ ଆହୁରି ଦୁର୍ବଳ କରିବ।

ABOUT THE AUTHOR

...view details