ଓଡିଶା

odisha

ETV Bharat / bharat

ଇସ୍ରାଏଲ ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି - ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଦେଶରେ ଅଲକାଏଦା ଏବଂ ଆଇଏସଆଇ ଆକ୍ରମଣ ହେବା ନେଇ ଗୁଇନ୍ଦା ସୂଚନା ମିଳିଛି । ଦେଶରେ ଥିବା ଇସ୍ରାଏଲ ଦୂତାବାସ ଉପରେ ଏହି ଆକ୍ରମଣ ହେବାର ସମ୍ଭାବନା ଅଧିକ ରହିଥିବା ଜଣାପଡ଼ିଛି । ସେପଟେ ଏହି ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ପ୍ରତିକାତ୍ମକ ଫଟୋ

By

Published : Sep 27, 2019, 2:37 PM IST

ନୂଆଦିଲ୍ଲୀ: ଭାରତରେ ଅଲକାଏଦା ଏବଂ ଆଇଏସଆଇ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିଛ । ସୂଚନା ପାଇବା ପରେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ସହିତ ଯାଞ୍ଚ ମଧ୍ୟ କରାଯାଉଛି।

ମିଳିଥିବା ସୂଚନା ମୁତାବକ ଦେଶରେ ଥିବା ଇସ୍ରାଏଲ ଦୂତାବାସ ଉପରେ ଅଲକାଏଦା ଏବଂ ଇସଲାମିକ ଷ୍ଟେଟ୍‌ସ(ଆଇଏସ) ପକ୍ଷରୁ ଅନ୍ତର୍ଘାତୀ ଆକ୍ରମଣ ହୋଇପାରେ। ଏହା ସହିତ ଦେଶର ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ମଧ୍ୟ ଆକ୍ରମଣ ହେବା ନେଇ ସୂଚନା ମିଳିଛି ।

ତେବେ ଏହି ସୂଚନା ମିଳିବା ପରେ ଦେଶର ସମସ୍ତ ଗୁପ୍ତ ସୁରକ୍ଷା ସଂସ୍ଥାକୁ ଆଲର୍ଟରେ ରଖାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ସେପଟେ ଅବସରପ୍ରାପ୍ତ ସେନା ଅଧିକାରୀ ବ୍ରିଗେଡ଼ିୟର ବିକେ ଖାନ୍ନା କହିଛନ୍ତି କି, ଆକ୍ରମଣର ସୂଚନା ମିଳିଛି । ତେବେ ଏହାକୁ ହାଲୁକା ଭାବେ ନେବା ଅନୁଚିତ । ଦେଶର ସମସ୍ତ ସୁରକ୍ଷା ଏଜେନ୍ସି ଗୁଡ଼ିକ ସତର୍କ ରହିବା ଉଚିତ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ଭାରତରେ ପାକିସ୍ତାନ ଆକ୍ରମଣ ଘଟାଇବା ପାଇଁ ପ୍ରୟାସ ଜାରି ରଖିଛି । ଏହା ପୂର୍ବରୁ କାଶ୍ମୀରରେ ମଧ୍ୟ ଆକ୍ରମଣ କରିବାକୁ ପ୍ରୟାସ ଜାରି ରଖି ବାରମ୍ବାର ବିଫଳ ହେଉଛି । ଏହା ସହିତ ଦେଶର ଆର୍ଥିକ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି । ଫଳରେ ପାକିସ୍ତାନ ବିଚଳିତ ହୋଇପଡ଼ୁଛି ବୋଲି ଶ୍ରୀ ଖାନ୍ନା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଭାରତ ସହିତ ଯୁଦ୍ଧ କରିବାକୁ ପାକିସ୍ତାନର ବର୍ତ୍ତମାନ ସମ୍ବଳ ନାହିଁ । ଫଳରେ ପାକିସ୍ତାନ ଭାରତରେ ଆକ୍ରମଣ କରିବାକୁ ବିଭିନ୍ନ ଅନ୍ତର୍ଜାତୀୟ ସଙ୍ଗଠନ ସହିତ ହାତ ମିଳାଉଛି ବୋଲି ସେ କହିଛନ୍ତି।

ଅଗଷ୍ଟ 5 ତାରିଖରେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହୋଇ ପଡ଼ିଛି । ଫଳରେ ଏହି ମାମଲାକୁ ବାରମ୍ବାର ଆନ୍ତର୍ଜାତୀୟ ସ୍ତରରେ ଉଠାଇବାକୁ ପ୍ରୟାସ କରୁଥିଲେ ମଧ୍ୟ ବିଫଳ ହେବାରେ ଲାଗିଛି । ସେପଟେ ଭାରତର ଏହି ପଦକ୍ଷେପକୁ ଇସ୍ରାଏଲ ଦୃଢ ଭାବେ ସମର୍ଥନ କରିଛି । ଫଳରେ ଆତଙ୍କବାଦୀଙ୍କ ସହାୟତାରେ ପାକିସ୍ତାନ ଭାରତରେ ଥିବା ଇସ୍ରାଏଲ ଦୂତାବାସରେ ଆକ୍ରମଣ କରିବାକୁ ପ୍ରୟାସ କରୁଛି ବୋଲି ଶ୍ରୀ ଖାନ୍ନା ସୂଚନା ଦେଇଛନ୍ତି ।

ସେପଟେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ମଧ୍ୟ ଭାରତରେ ଆକ୍ରମଣ କରିବାର ସମ୍ଭାବନା ରହିଛି । ଆତଙ୍କବାଦୀଙ୍କ ନିଶାଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରହିଛନ୍ତି।

ABOUT THE AUTHOR

...view details