ଓଡିଶା

odisha

ETV Bharat / bharat

ବିହାର ସିଏମଙ୍କୁ ହତ୍ୟା ଧମକ, ହତ୍ୟା ପାଇଁ 25 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା - ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ଜଣେ ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏହସହ ମୁଖ୍ୟମନ୍ତ୍ରୀଙ୍କ ହତ୍ୟାକାରୀକୁ 25 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ଫେସବୁକ ପୋଷ୍ଟରେ ଏହି ଧମକ ଦିଆଯାଇଛି । ପୋଲିସର ସୂଚନାନୁସାରେ, ଫେସବୁକରେ ପୋଷ୍ଟ କରିଥିବା ବ୍ୟକ୍ତି ଟୋଡା ଗାଁର ବାସିନ୍ଦା ଧର୍ମେନ୍ଦ୍ର କୁମାର ପାଣ୍ଡେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 31, 2020, 9:32 PM IST

ସାସାରାମ: ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟାା ଧମକ । ଜଣେ ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏହସହ ମୁଖ୍ୟମନ୍ତ୍ରୀଙ୍କ ହତ୍ୟାକାରୀକୁ 25 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ଫେସବୁକ ପୋଷ୍ଟରେ ଏହି ଧମକ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଫେସବୁକରେ ଏହି ଧମକ ଭରା ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣା ପରେ ମଙ୍ଗଳବାର ରୋହତସ ଜିଲ୍ଲାର ଦୀନାରା ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରାଯାଇଛି । ଏହି ସମୟରେ ଫେସବୁକ୍ ପୋଷ୍ଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି ।

ପୋଲିସ ସୂଚନାନୁସାରେ, ଫେସବୁକରେ ପୋଷ୍ଟ କରିଥିବା ବ୍ୟକ୍ତି ଟୋଡା ଗାଁର ବାସିନ୍ଦା ଧର୍ମେନ୍ଦ୍ର କୁମାର ପାଣ୍ଡେ ବୋଲି ଜଣାପଡିଛି । ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ 25 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ ବିଷୟରେ ମଧ୍ୟ କହିଛନ୍ତି ।

ରୋହତସ ସିଂ ପୋଲିସ ଅଧୀକ୍ଷକ ସତ୍ୟବୀର ସିଂ କହିଛନ୍ତି ଯେ ଦିନା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ସିଆରାମ ସିଂଙ୍କ ବିବୃତ୍ତିରେ ଏଫ୍ଆଇଆର୍ ଦାଖଲ କରାଯାଇଛି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେବା ଏକ ଅପରାଧ । ଏଫଆଇଆର ପଞ୍ଜୀକରଣ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ତଦନ୍ତରୁ ଜଣାପଡିଛି ଯେ, ଟୋଡା ଗାଁର ପରିବାର ବର୍ତ୍ତମାନ ଲୁଧିଆନାରେ ରୁହନ୍ତି । ପରେ ଲୁଧିଆନା ପୋଲିସ ଦ୍ବାରା ଏହି ମାମଲାର ଯାଞ୍ଚ କରାଯାଇଥିଲା । ଅଭିଯୁକ୍ତଙ୍କ ମାନସିକ ସନ୍ତୁଳନ ଠିକ ନଥିବା ପରେ ଜଣାପଡିଥିଲା ।

@IANSଇନପୁଟ

ABOUT THE AUTHOR

...view details