ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ25 ରୁ ଏପ୍ରିଲ 14 ମଧ୍ୟରେ ଯାତ୍ରା କରିବା ପାଇଁ ଟିକେଟ୍ କରିଥିବା ଲୋକେ ଟିକେଟ୍ ବାତିଲ କରିବା ପରେ ଟଙ୍କା ଫେରିପାଇବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି ସୂଚନା । ଏହାସହ ଯେଉଁ ଯାତ୍ରୀମାନେ ମେ 3 ପର୍ଯ୍ୟନ୍ତ ଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟରେ ବିମାନ ଟିକେଟ ବୁକ୍ କରିଥିଲେ ସେମାନେ ମଧ୍ୟ ବାତିଲ ଶୁଳ୍କ ବିନା ବିମାନ କମ୍ପାନୀରୁ ସମ୍ପୂର୍ଣ୍ଣ ଫେରସ୍ତ ପାଇବେ।
ଅନେକ ବିମାନ ଯାତ୍ରୀ ଏନେଇ ସୋସିଆଲ ମିଡିଆରେ ଅଭିଯୋଗ କରିଆସୁଛନ୍ତି । କାରଣ ଘରୋଇ ବିମାନ କମ୍ପାନୀଗୁଡ଼ିକ ଲକ ଡାଉନ ଯୋଗୁଁ ବାତିଲ ହୋଇଥିବା ଟିକେଟ ବଦଳରେ ଅର୍ଥ ଫେରସ୍ତ ନକରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ବଦଳରେ ଭବିଷ୍ୟତ ଯାତ୍ରା ସମୟରେ କୌଣସି ପ୍ରକାର କ୍ରେଡିଟ୍ ପ୍ରଦାନ କରିବେ । କିନ୍ତୁ ବର୍ତ୍ତମାନ ଏହା ପରିବର୍ତ୍ତନ କରାଯାଇଛି ।