ଓଡିଶା

odisha

ETV Bharat / bharat

ଜେଏନୟୁ ଛାତ୍ର ବିବାଦ: ସେମିଷ୍ଟାର ପରୀକ୍ଷା ବର୍ଜନ ନେଇ ଛାତ୍ର ସଂଘର ନିଷ୍ପତ୍ତି

ଜେଏନୟୁ ଫିସ୍ ବୃଦ୍ଧି ବିବାଦ ଶାନ୍ତ ହେବାର ନାଁ ନେଉନି । ଫଳରେ ଆଗାମୀ 12 ତାରିଖରେ ହେବାକୁ ଥିବା ସେମିଷ୍ଟାର ପରୀକ୍ଷା ବର୍ଜନ କରିବାକୁ ଜେଏନୟୁ ଛାତ୍ର ସଂଘ ନିଷ୍ପତ୍ତି ନେଇଛି ।

jnu issue
ଫାଇଲ ଫଟୋ

By

Published : Dec 4, 2019, 10:43 AM IST

ନୂଆଦିଲ୍ଲୀ: ଜେଏନୟୁ ଫିସ୍ ବୃଦ୍ଧି ବିବାଦ ଶାନ୍ତ ହେବାର ନାଁ ନେଉନି । ଫଳରେ ଆଗାମୀ 12 ତାରିଖରେ ହେବାକୁ ଥିବା ସେମିଷ୍ଟାର ପରୀକ୍ଷା ବର୍ଜନ କରିବାକୁ ଜେଏନୟୁ ଛାତ୍ର ସଂଘ ନିଷ୍ପତ୍ତି ନେଇଛି ।

ଏପଟେ ଛାତ୍ର ସଂଘର ନିଷ୍ପତ୍ତିକୁ ଖାତିର ନ କରି ଜେଏନୟୁ ଏକାଡେମୀ ଅର୍ଡିନାନ୍ସ ଦ୍ବାରା ଏକ ନୋଟିସ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି, ଯେଉଁ ଛାତ୍ରଛାତ୍ରୀ ପରୀକ୍ଷାରେ ଉପସ୍ଥିତି ନ ରହିବେ, ସେମାନେ ଅଣଛାତ୍ର ଭାବେ ପରିଗଣିତ କରାଯିବ । ଏଥିସହ ଏହି ଛାତ୍ରମାନେ ଆଗାମୀ ସେମିଷ୍ଟାର ପଞ୍ଜୀକରଣ ପାଇଁ ଅଯୋଗ୍ୟ ବିବେଚିତ ହେବେ ବୋଲି ବିଶ୍ବବିଦ୍ୟାଳୟ ପରିଷଦ କହିଛି ।

ଏହାଛଡା ଏହି ନୋଟିସରେ ଏହା ମଧ୍ୟ କୁହାଯାଇଛି, ଯେଉଁ ଏମଫିଲ ଛାତ୍ରଛାତ୍ରୀ ଆଗାମୀ ସେମିଷ୍ଟାର ଶେଷରେ ସିଜିପିଏ 5.00 ରଖିବାରେ ବିଫଳ ହେଉଛନ୍ତି, ସେମାନଙ୍କ ନାମ ବିଶ୍ବବିଦ୍ୟାଳୟ ରୋଲ ନଂ ସୂଚିରୁ ନିବୃତ କରାଯିବ ।

ପ୍ରକାଶ ଥାଉକି, ଫିସ୍ ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବି ବିରୋଧରେ ଗତ ଏକ ମାସ ଧରି ଜେଏନୟୁ ଛାତ୍ର ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ।

ABOUT THE AUTHOR

...view details