ଓଡିଶା

odisha

ETV Bharat / bharat

ଆରୋଗ୍ୟ ସେତୁ ଆପରେ ତ୍ରୁଟି ବାହାର କଲେ ମିଳିବ 4 ଲକ୍ଷ ଟଙ୍କା ପୁରସ୍କାର - ଆରୋଗ୍ୟ ସେତୁ ଆପ

ବିରୋଧୀ ଦଳ ପକ୍ଷରୁ ବାରମ୍ବାର ଆରୋଗ୍ୟ ସେତୁ ଆପ ଉପରେ ପ୍ରଶ୍ନ ଉଠାଯାଉଥିବା ବେଳେ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପରେ ତ୍ରୁଟି ଖୋଜିବା ପାଇଁ ଏକ ବଗ୍ ବାଉଣ୍ଟିଂ କାର୍ଯ୍ୟକ୍ରମ ଲଞ୍ଚ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ଯେଉଁମାନେ ଏହି ଆପରେ କୌଣସି ତ୍ରୁଟି ବାହାର କରିପାରିର୍ବେ ସେମାନଙ୍କୁ ସରକାର 4 ଲକ୍ଷ ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।

arogya setu app
ଆରୋଗ୍ୟ ସେତୁ ଆପରେ ତ୍ରୁଟି ବାହାର କଲେ ମିଳିବ 4 ଲକ୍ଷ ଟଙ୍କା ପୁରସ୍କାର

By

Published : May 30, 2020, 11:22 AM IST

ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତ ରୋଗୀଙ୍କୁ ଟ୍ରାକ୍ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଆରୋଗ୍ୟ ସେତୁ ଆପ୍ ଲଞ୍ଚ କରାଯାଇଛି । ଏହି ଆପ୍ ବର୍ତ୍ତମାନ ବେଶ୍ ଲୋକପ୍ରିୟତା ହାସଲ କରିଛି । କିନ୍ତୁ ଗତ କିଛିଦିନ ହେବ ଏହି ଆପର ପ୍ରାଇଭେସୀ ପଲ୍ଲୀସିକୁ ନେଇ ଅନେକ ପ୍ରଶ୍ନ ଉଠିଛି । ସେହିପରି ଲୋକଙ୍କ ଡିମାଣ୍ଡ ଅନୁଯାୟୀ ବର୍ତ୍ତମାନ ଏହି ଆପର ସୋର୍ସ କୋଡକୁ ପବ୍ଲିକ କରାଯାଇଛି ।

ବିରୋଧୀ ପକ୍ଷ ପକ୍ଷରୁ ବାରମ୍ବାର ଏହି ଆପ ଉପରେ ପ୍ରଶ୍ନ ଉଠାଯାଉଥିବା ବେଳେ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପରେ ତ୍ରୁଟି ଖୋଜିବା ପାଇଁ ଏକ ବଗ୍ ବାଉଣ୍ଟିଂ କାର୍ଯ୍ୟକ୍ରମ ଲଞ୍ଚ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ଯେଉଁମାନେ ଏହି ଆପରେ କୌଣସି ତ୍ରୁଟି ବାହାର କରିପାରିବେ ସେମାନଙ୍କୁ ସରକାର 4 ଲକ୍ଷ ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏହି ପୁରସ୍କାର ରାଶିକୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ।

ସରକାରଙ୍କ ତରଫରୁ କୁହାଯାଇଛି ଯେ, ଯଦି କାହା ମନରେ ଆରୋଗ୍ୟ ସେତୁ ଆପକୁ ନେଇ କୌଣସି ପ୍ରଶ୍ନ ଅଛି ତାଙ୍କୁ ସ୍ବାଗତ କରାଯିବ । ଆରୋଗ୍ୟ ସେତୁରେ ସୁରକ୍ଷାକୁ ତିନି ଭାଗରେ 1-1 ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ । ଏଥିସହ କୋଡରେ ସୁଧାର ପାଇଁ ପରାମର୍ଶ ଦେବା ଲୋକଙ୍କ ପାଇଁ 1 ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି ।

ABOUT THE AUTHOR

...view details