ଓଡିଶା

odisha

ETV Bharat / bharat

'ଜୁନ 11 ସୁଦ୍ଧା ଘାଟିରେ ପ୍ରାୟ 98 ଆତଙ୍କବାଦୀ ନିପାତ ହୋଇଛନ୍ତି' - ସ୍ଥଳସେନା ପ୍ରମୁଖ

ଗତ 1 ସପ୍ତାହ ମଧ୍ୟରେ ସେନାର ଯବାନମାନେ ଜମ୍ମୁ-କାଶ୍ମୀରରେ 15ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିବା ସ୍ଥଳସେନା ପ୍ରମୁଖ ମନୋଜ ମୁକୁନ୍ଦ ନରୱଣେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

 ସ୍ଥଳସେନା ପ୍ରମୁଖ ମନୋଜ ମୁକୁନ୍ଦ ନରୱଣେ
ସ୍ଥଳସେନା ପ୍ରମୁଖ ମନୋଜ ମୁକୁନ୍ଦ ନରୱଣେ

By

Published : Jun 13, 2020, 2:15 PM IST

ଶ୍ରୀନଗର: ଘାଟିରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଭାରତୀୟ ସେନା । ଗତ କିଛି ଦିନରେ ସେନା ଅନେକ ସଫଳତା ହାସଲ କରିଛି । ଗତ 1 ସପ୍ତାହ ମଧ୍ୟରେ ସେନାର ଯବାନମାନେ ଜମ୍ମୁ-କାଶ୍ମୀରରେ 15ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିବା ସ୍ଥଳସେନା ପ୍ରମୁଖ ମନୋଜ ମୁକୁନ୍ଦ ନରୱଣେ ସୂଚନା ଦେଇଛନ୍ତି ।

ଆତଙ୍କବାଦୀଙ୍କ ବିରୋଧରେ ଲଗାତାର ଜାରି ରହିଥିବା ଅଭିଯାନ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ନରୱଣେ କହିଛନ୍ତି, ଚଳିତ ବର୍ଷ ଜୁନ 11 ସୁଦ୍ଧା ଘାଟିରେ ପ୍ରାୟ 98 ଆତଙ୍କବାଦୀ ନିପାତ ହୋଇଛନ୍ତି । କେବଳ ଜୁନ ମାସର ଏବେ ସୁଦ୍ଧା ପ୍ରାୟ 20 ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା ।

ମେ ମାସରେ 18 ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବାବେଳେ ଏପ୍ରିଲ ମାସରେ 28 ଜଣ ଆତଙ୍କବାଦୀ ସଫା ହୋଇଥିଲେ । ସେହିପରି ମାର୍ଚ୍ଚ ଏବଂ ଫେବୃଆରୀ 7-7 ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବାବେଳେ ଜାନୁଆରୀରେ 18 ଆତଙ୍କବାଦୀ ନିପାତ ହୋଇଥିଲେ ବୋଲି ଶନିବାର ସୂଚନା ଦେଇଛନ୍ତି ସ୍ଥଳସେନା ପ୍ରମୁଖ ମନୋଜ ନରୱଣେ ।

ସେହିପରି 2019ରେ ମୋଟ 158 ଆତଙ୍କବାଦୀଙ୍କୁ ସମାପ୍ତ କରିବାରେ ସକ୍ଷମ ହୋଇଥିଲା ଭାରତୀୟ ସେନା । ଏହା ବ୍ୟତୀତ 2018ରେ ସୁରକ୍ଷାକର୍ମୀ ଘାଟିରେ 254 ଆତଙ୍କବାଦୀଙ୍କୁ ନିପାତ କରିଥିଲେ ବୋଲି ନରୱଣେ କହିଛନ୍ତି ।

ତେବେ ଜମ୍ମୁ-କାଶ୍ମୀରବାସୀ ଆତଙ୍କବାଦ ଏବଂ ଉଗ୍ରବାଦ ଯୋଗୁଁ ଅତ୍ୟନ୍ତ ଚିନ୍ତିତ ଥିବା କହିଛନ୍ତି ସ୍ଥଳସେନା ପ୍ରମୁଖ ନରୱଣେ । ସେମାନେ ଖୁବ ଶୀଘ୍ର ଘାଟିର ସ୍ଥିତି ସ୍ବାଭାବିକ ହେଉ ବୋଲି ଚାହୁଁଥିବା ସ୍ଥଳସେନା ମୁଖ୍ୟ ସୂଚନା ଦେଇଛନ୍ତି । ସେନାର ଅଧିକାଂଶ ଅପରେଶନ ସ୍ଥାନୀୟ ଲୋକଙ୍କ ଠାରୁ ମିଳୁଥିବା ସୂଚନା ଆଧାରରେ କରାଯାଉଛି । ଏଥିରୁ ଜଣାପଡୁଛି ଯେ, ସେମାନେ ଆତଙ୍କବାଦ ଏବଂ ଉଗ୍ରବାଦ ପାଇଁ କେତେ ଚିନ୍ତିତ ଅଛନ୍ତି ।

ସୌଜନ୍ୟ@ IANS

ABOUT THE AUTHOR

...view details