ଓଡିଶା

odisha

ETV Bharat / bharat

ନବରାତ୍ରୀରେ ବୈଷ୍ଣୋଦେବୀଙ୍କୁ ଦର୍ଶନ କଲେ 3.5 ଲକ୍ଷ ଶ୍ରଦ୍ଧାଳୁ - ଚଳିତବର୍ଷ 62.71 ଲକ୍ଷ ଭକ୍ତ ମାଆଙ୍କ ଦର୍ଶନ କରିଛନ୍ତି

ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ରେକର୍ଡ ସୃଷ୍ଟି କରିଛନ୍ତି । ଚଳିତବର୍ଷ ସମୁଦାୟ 62.71 ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ ମାଆଙ୍କ ଦର୍ଶନ କରିଛନ୍ତି । ଏହା ବ୍ୟତୀତ କେବଳ ନବରାତ୍ରୀ ଅବସରରେ ସାଢେ ଛଅ ଲକ୍ଷ ଶ୍ରଦ୍ଧାଳୁ ତ୍ରୀକୁଟ ପର୍ବତ ପହଞ୍ଚି ମାଆଙ୍କ ଦର୍ଶନ ଲାଭ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Oct 10, 2019, 9:40 PM IST

ଶ୍ରୀନଗର: ଚଳିତବର୍ଷ ନବରାତ୍ରୀ ଅବସରରେ ତ୍ରୀକୂଟ ପର୍ବତ ବାସିନୀ ମା' ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମଳିଥିଲା । ପ୍ରଥମ 9 ଦିନ ଭିତରେ 3.5 ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମା'ଙ୍କର ଦର୍ଶନ କରିଛନ୍ତି । ଏହା ପୂର୍ବରୁ 2013ରେ ଏହି ପରିମାଣର ଭକ୍ତ ମା'ଙ୍କ ଦର୍ଶନ କରିଥିଲେ । 6 ବର୍ଷ ପରେ ପୁଣି ଥରେ ଏହି ସଂଖ୍ୟାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

ଫୁଲରେ ସୁସଜ୍ଜିତ ମା' ବୈଷ୍ଣୋ ଦେବୀ

ଜଣେ ଅଧିକାରୀ ଶ୍ରଦ୍ଧାଳୁଙ୍କ ସଂଖ୍ୟା କହିବା ସମୟରେ ଏହି ସୂଚନା ଦେଇଛନ୍ତିଯେ, ଜମ୍ମୁ କଶ୍ମୀରର ଅନୁଚ୍ଛେଦ 370 ହଟିବା ପରଠାରୁ ବହୁ ମାତ୍ରାରେ ଶ୍ରଦ୍ଧାଳୁମାନଙ୍କର ଆଗମନ ହୋଇଛି । ସବୁଠୁ ଅଧିକ 2012 ରେ ହୋଇଥିବାବେଳେ 2019 ଜାନୁଆରୀ ମାସରେ ଏହାର ସଂଖ୍ୟା 5 ଲକ୍ଷରୁ ଉର୍ଦ୍ଧ୍ବ ପହଞ୍ଚିଥିଲା । କିନ୍ତୁ ଫେବୃଆରୀରେ ଏହି ସଂଖ୍ୟାରେ ହ୍ରାସ ଘଟି 2.69 ଲକ୍ଷ ଭକ୍ତ ଦର୍ଶନ କରିଥିଲେ । ପୁଲଓ୍ବାମା ଆଟାକ ପରେ ମାର୍ଚ୍ଚରେ କେବଳ 4.62 ଲକ୍ଷ ଶ୍ରଦ୍ଧାଳୁ ତୀର୍ଥ ଦର୍ଶନ କରିଥିଲେ ।

ବୈଷ୍ଣୋ ଦେବୀଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ

ପଞ୍ଜିକରଣ କକ୍ଷରୁ ମିଳିଥିବା ସୂଚନାନୂସାରେ, ରବିବାର ଦ୍ବିପହର ସୁଦ୍ଧା 16 ହଜାରରୁ ଉର୍ଦ୍ଧ୍ବ ଭକ୍ତ ଭବନ ଅଭିମୁଖେ ପ୍ରସ୍ଥାନ କରି ସାରିଥିବାବେଳେ ସଂନ୍ଧ୍ୟା ସୁଦ୍ଧା 40 ହଜାର ପାର କରିଥିଲା ଭକ୍ତଙ୍କ ସଂଖ୍ୟା । ଏହି ଭଳି ଭାବେ ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟି 6 ବର୍ଷ ପରେ 3.5 ଲକ୍ଷ ପହଞ୍ଚିଛି ।

For All Latest Updates

ABOUT THE AUTHOR

...view details