ଓଡିଶା

odisha

ETV Bharat / bharat

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ଚାହାଁନ୍ତି ଅବସରପ୍ରାପ୍ତ ଯବାନ୍ - ନିର୍ଭୟାଙ୍କ ପାଇଁ ନ୍ୟାୟ ଦାବି

ହାଇଦ୍ରାବାଦ ଗଣଦୁଷ୍କର୍ମରେ ଜଡିତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ନିର୍ଭୟାଙ୍କ ପାଇଁ ନ୍ୟାୟ ଦାବି। ମଧ୍ୟ ପ୍ରଦେଶ ଖଣ୍ଡୱା ଜିଲ୍ଲାର ଅବସରପ୍ରାପ୍ତ ଯବାନ୍ ପ୍ରଦୀପ ସିଂହ ନିର୍ଭୟା ମାମଲାରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଚିଠି ଲେଖିଛନ୍ତି।

This retired army wants to be executioner in Tihar Jail
ଫାଶୀ ଦେବାକୁ ଚାହାଁନ୍ତି ଅବସରପ୍ରାପ୍ତ ଯବାନ୍

By

Published : Dec 7, 2019, 3:29 PM IST

ଭୋପାଳ: ହାଇଦ୍ରାବାଦ୍ ଗଣଦୁଷ୍କର୍ମରେ ଦୋଷୀଙ୍କୁ ଏନକାଉଣ୍ଟର ପରେ ନିର୍ଭୟାଙ୍କୁ ନ୍ୟାୟ ପାଇଁ ଦାବି ଜୋର ଧରିଛି । ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଜଣେ ଅବସରପ୍ରାପ୍ତ ଯବାନ ପ୍ରଦୀପ ସିଂହ ନିର୍ଭୟା ମାମଲାରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ଫାଶୀ ଦେବା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରୀ ଜଣାଇଛନ୍ତି।

ସେ ଚିଠିରେ ଲେଖିଛନ୍ତି, ସମାଚାର ମାଧ୍ୟମରେ ସେ ନିର୍ଭୟା ପୀଡିତାଙ୍କ ଆସାମୀ ତିହାର ଜେଲରେ ଥିବା କଥା ଶୁଣିବାକୁ ପାଇଥିଲେ। ଏହି ଜେଲରେ ଜାଲ୍ଲାଦଙ୍କ ଅଭାବ ଥିବାରୁ ଫାଶୀ ଦଣ୍ଡ ଦିଆଯାଇ ପାରୁନାହିଁ। ମୋତେ ବିନା ଶୁକ୍ଳରେ ଜଲ୍ଲାଦ ନିଯୁକ୍ତି ଦିଅନ୍ତୁ ଓ ମୁଁ ଫାଶୀ ଦଣ୍ଡ ଦେବାକୁ ଚାହୁଁଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଅବସରପ୍ରାପ୍ତ ଯବାନ। ଏହାସହ ସେ 5 ଲକ୍ଷ ଟଙ୍କା ଦେବେ ବୋଲି ଜଣାଇଛନ୍ତି।

ଫାଶୀ ଦେବାକୁ ଚାହାଁନ୍ତି ଅବସରପ୍ରାପ୍ତ ଯବାନ୍

ପ୍ରଦୀପ ସିଂହ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଜଲ୍ଲାଦଙ୍କ ଅଭାବ କାରଣରୁ ଅନେକ ଅପରାଧୀଙ୍କୁ ଫାଶୀ ଦଣ୍ଡ ଦିଆଯାଇ ପାରୁନାହିଁ।

ABOUT THE AUTHOR

...view details