ସିମଲା: ହିମାଚଳପ୍ରଦେଶର ଜନଜାତୀୟ ଜିଲ୍ଲା କିନୌରର କଶ୍ମୀର ଗାଁ 3 ହଜାର 700 ମିଟର ଉଚ୍ଚରେ ରହିଛି । ଏଠାରେ 200 ଲୋକ ବସବାସ କରୁଥିବାବେଳେ ଜିଲ୍ଲା ମୁଖ୍ୟାଳୟ ରିକାଙ୍ଗପିଓ ଟାରୁ 9 କିମି ଉପରଭାଗରେ ଅବସ୍ଥିତ । ପର୍ଯ୍ୟଟକ ସହରର ଗହଳ ଚହଳ ଠାରୁ ଅନେକ ଦୂରରେ ଶାନ୍ତିର ଅନୁଭୂତି ପାଇଁ ଏଠାରେ ପହଞ୍ଚିଥାନ୍ତି ପର୍ଯ୍ୟଟକ ।
କଶ୍ମୀର ନାଁ ଶୁଣିଲେ ମନରେ ଜମ୍ମୁକଶ୍ମୀର କଥା ଆଙ୍କି ହୋଇଯାଏ । ତେବେ ଗାଁର ପୁରୁଖା ଲୋକ କୁହନ୍ତିଯେ, ଏହି ଗାଁର ନାଁ ପୂର୍ବେ କୋଶମେ ଥିଲା । ଯାହାର ଅର୍ଥ ଆମର ସବୁଜରେ ପରିପୂର୍ଣ୍ଣ ଗାଁ । କିନ୍ତୁ ଆଶ୍ଚର୍ଯ୍ୟର କଥାଯେ, ଗାଁର ଭୌଗଳିକ ଆକାର ମଧ୍ୟ କଶ୍ମୀର ପରି ଦେଖିବାକୁ । ଏହାର ପ୍ରାକୃତିକ ଶୋଭାରାଜି ଏତେ ସୁନ୍ଦର ଆଉ ମନୋହରଯେ, କେହିବି ଏଠାକୁ ବୁଲିବାକୁ ଆସିଲେ ପୁରା ହଜିଯିବ । ଯେଉଁଥିପାଇଁ ପର୍ଯ୍ୟଟକମାନେ ଏହାକୁ ଧିରେ ଧିରେ କଶ୍ମୀର ନାଁରେ କହିବାକୁ ଲାଗିଲେ । ଧିରେ ଧିରେ ଏହି ଗାଁର ନାଁରେ ପରିବର୍ତ୍ତନ ହୋଇ କଶ୍ମୀର ହୋଇଗଲା ।
ଏହି ସ୍ଥାନର ମୁଖ୍ୟ ଆକର୍ଷଣ ହେଉଛି ଟ୍ରାକିଂ ପଏଣ୍ଟ । ଚାଖା ପିକ, କାଶଡ୍ରଗ ଟ୍ରାକିଂ ପଏଣ୍ଟ, ଖ୍ବାଙ୍ଗୀ କଣ୍ଡା, ନ୍ଦୁନୀ କଣ୍ଡା ଟ୍ରାକିଂ ପଏଣ୍ଟକୁ ପ୍ରତ୍ୟେକ ବର୍ଷ ହଜାର ହଜାର ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । କାଠରେ ତିଆରି ହୋଇଥିବା ପୁରୁଣା ଘର, ଦେବଦାରୁ ଓ ଚିଲଗୋଜେର ଦୁର୍ଲଭ ଜଙ୍ଗଲ, ଫୁଟବଲ ଷ୍ଟାଡିୟମ, କଶ୍ମୀରରୁ ରିକାଙ୍ଗପିଓ ସହରର ଦୃଶ୍ୟ, କୌଳାସ ପର୍ବତ, ପାଙ୍ଗୀ ଗାଁର ଦୃଶ୍ୟ, ବ୍ରେଲଙ୍ଗୀ ବୌଦ୍ଧ ଗୁମ୍ପା ଆଦି ମାନ ରହିଛି । ଆଉ ଯାହାର ଦୃଶ୍ୟ ଅତିବ ସୁନ୍ଦର ମନୋହର । ଏଠାକାର କଶ୍ମୀର ମେଳା ସମଗ୍ର କିନୌର ଗାଁରେ ପ୍ରସିଦ୍ଧ ଅଟେ । ଯାହା ବ୍ଲକସ୍ତରରେ ଚଣ୍ଡିକାର ମୁଖ୍ୟ ମେଳା ଭାବେ ଜଣାଯାଇଥାଏ ।
ଗାଁରେ ପ୍ରବେଶ କରୁ କରୁ ଓଗଲା ଓ ଫାଫଡାର ଗୋଲାପି ରଙ୍ଗର କ୍ଷେତ ଦେଖିବାକୁ ମିଳିଥାଏ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଉକ୍ତ ସ୍ଥାନର ଭ୍ରମଣ କରିସାରିଛନ୍ତି । ଆଉ ଏହି ସ୍ଥାନର ସୌନ୍ଦର୍ଯ୍ୟର ମଧ୍ୟ ଭୁରିଭୁରି ପ୍ରଶଂସା କରିଛନ୍ତି ।