ପାଟନା: ବିହାର ବିଧାନସଭା ନିର୍ବାଚନୀ ପ୍ରଚାରର ଶେଷ ଦିନରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହା ତାଙ୍କର ଶେଷ ନିର୍ବାଚନ ବୋଲି କହିଛନ୍ତି ନୀତିଶ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁର୍ଣ୍ଣିଆର ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ଏଥର ନିର୍ବାଚନର ମୋର ଶେଷ ଦିନ । ଏହା ମୋର ଶେଷ ନିର୍ବାଚନ । ଶେଷ ଭଲ ତ ସବୁ ଭଲ ବୋଲି କହିଛନ୍ତି ନୀତିଶ ।
ପ୍ରଚାର ମୈଦାନରେ ନୀତିଶଙ୍କ ଘୋଷଣା, 'ଏହା ମୋର ଶେଷ ନିର୍ବାଚନ' - ମୁଖ୍ୟମନ୍ତ୍ରୀ ନିତିଶ କୁମାର
16:18 November 05
ପ୍ରଚାର ମୈଦାନରେ ନୀତିଶଙ୍କ ଘୋଷଣା,'ଏହା ମୋର ଶେଷ ନିର୍ବାଚନ'
1977ରେ ପ୍ରଥମ ନିର୍ବାଚନ ଲଢିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ ନାଳନ୍ଦାର ହରନୌତରୁ ନିର୍ବାଚନ ଲଢିଥିଲେ । ଏହି ଆସନରୁ ସେ 4 ଥର ନିର୍ବାଚନ ଲଢିଛନ୍ତି । ତେବେ 1977 ଓ 1989ରେ ନୀତିଶଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିବା ବେଳେ 1985 ଓ 1995ରେ ବିଜୟ ହାସଲ କରିଥିଲେ ।
2004ରେ ନୀତିଶ କୁମାର ତାଙ୍କର ଶେଷ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ, ଯେଉଁଥିରେ ସେ ନାଳନ୍ଦାରୁ ବିଜୟ ହାସଲ ରିଥିଲେ। ସେବେଠାରୁ ନିତିଶ ଆଉ କୌଣସି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନାହାଁନ୍ତି।
ନିତିଶ କୁମାର 1972 ମସିହାରେ ବିହାର ଇଞ୍ଜିନିୟରିଂ କଲେଜରେ ଅଧ୍ୟୟନ କରିଥିଲେ । ସେ ବିହାର ରାଜ୍ୟ ବିଦ୍ୟୁତ ବୋର୍ଡରେ ମଧ୍ୟ କିଛି ସମୟ କାମ କରିଥିଲେ । ହେଲେ ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆଙ୍କ ପରି ନେତାଙ୍କ ସହ ସଂସ୍ପର୍ଶରେ ଆସିବା ପରେ ରାଜନୀତି ମୁହାଁ ହୋଇଥିଲେ ନିତିଶ କୁମାର ।
ନିତିଶ କୁମାର 6 ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। 2004 ପରେ ସେ କଦାପି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନାହାନ୍ତି । ନାଳନ୍ଦାରୁ ସାଂସଦ ଥିବା ନିତିଶ କୁମାର ନଭେମ୍ବର 2005ରେ ରାଜ୍ୟରେ ଏନଡିଏ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ସାଂସଦ ପଦରୁ ଇସ୍ତଫା ଦେଇ ବିହାର ବିଧାନ ପରିଷଦର ସଦସ୍ୟତା ଗ୍ରହଣ କରିଥିଲେ । ନିତିଶ ଗତ 15 ବର୍ଷ ଧରି କ୍ଷମତାରେ ଅଛନ୍ତି । ସେ ଜନତା ଦଳ ୟୁନାଇଟେଡର ଜଣେ ଟାଣୁଆ ନେତା ଭାବେ ପରିଚିତ ।