ଚେନ୍ନାଇ: ଜଙ୍ଗଲ ବିଭାଗର ଅଧିକାରୀଙ୍କ କାର୍ଯ୍ୟ ହେଉଛି ବନ୍ୟଜନ୍ତୁମାନଙ୍କୁ ସୁରକ୍ଷା ଦେବା । ଏମଧ୍ୟରେ ଜଙ୍ଗଲ ବିଭାଗ ସହିତ ଜଡିତ ପ୍ରାଣୀ ଚିକିତ୍ସକଙ୍କ ଅସୁବିଧା କେବଳ କଳ୍ପନା କରାଯାଇପାରେ କିନ୍ତୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ବନ୍ୟଜନ୍ତୁ ଆମ ପାଇଁ ସର୍ବଦା ଅପରିଚିତ । କିଛି ବର୍ଷ ପୂର୍ବେ ସତ୍ୟମଙ୍ଗଲମ ଜଙ୍ଗଲରେ ଅସୁସ୍ଥତା କାରଣରୁ ଏକ ହାତୀଛୁଆର ଅବସ୍ଥା ଗୁରୁତର ଥିଲା । ଏହାପରେ ଜଙ୍ଗଲ ଅଧିକାରୀ ଛୁଆଟିକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ । ହାତୀ ଛୁଆଟି ପ୍ରାୟ 80 ପ୍ରତିଶତ ଅସୁସ୍ଥ ଥିବା ଜଣାପଡିଥିଲା ।
ଦୁଇ ଦିନିଆ ଚିକିତ୍ସା ପରେ ଶିଶୁ ହାତୀଟି ବଞ୍ଚାଯାଇଥିଲା । ଏହି ସମୟରେ ମା ହାତୀ ଛୁଆକୁ ବଞ୍ଚିବାର ଦେଖି ସେ ଅତି ଖୁସି ହେବା ସହ ବାରମ୍ବାର ପ୍ରଣାମ ଜଣାଇଥିଲା । ତେବେ ହାତୀଟିକୁ ବଞ୍ଚାଇଥିବା ଜଙ୍ଗଲ ଅଧିକାରୀ ଜଣକ ହେଉଛନ୍ତି ଡ଼ଃ ଅଶୋକନ । ତାଙ୍କୁ ସମସ୍ତେ କ୍ରିଶ୍ ଅଶୋକନ୍ ବୋଲି ଡାକନ୍ତି ।
ସେ 1990ରେ ଜଙ୍ଗଲବିଭାଗର ଡାକ୍ତର ଭାବେ ଯୋଗ ଦେଇଥିଲେ । ଡ଼ଃ କ୍ରିଷ୍ଣମୂର୍ତ୍ତୀଙ୍କ ଠାରୁ ଡାକ୍ତରୀ ଶିକ୍ଷା ଗ୍ରହଣ କଲେ । କାମ କରିବା ମଧ୍ୟରେ ପଶୁଙ୍କ ପ୍ରତି ତାଙ୍କର ଭଲ ପାଇବା ବଢିବାକୁ ଲାଗିଲା । 30 ବର୍ଷ ମଧ୍ୟରେ ସେ ପ୍ରାୟ 50ଟି ହାତୀଙ୍କ ସେବା କରିଛନ୍ତି । ସେ ଏହାକୁ ନେଇ କିଛି ଅଭୁଲା ସ୍ମୃତି ଇଟିଭି ଭାରତ ସହ ସେୟାର କରିଛନ୍ତି ।