ମୁମ୍ବାଇ: ସବୁ କଳ୍ପନାଜଳ୍ପନାରେ ଯବନିକା ପକାଇ ମହାରାଷ୍ଟ୍ରରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦେବେନ୍ଦ୍ର ଫଡ଼ାନାଭିସ । ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଫଡ଼ାନାଭିସ । ଆଉ ସବୁ ପରେ ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ରଚିଥିବା ଏନସିପିକୁ ମିଳିଛି ଉପମୁଖ୍ୟନ୍ତ୍ରୀ ପଦ। ଦଳର ନେତା ଅଜିତ ପାୱାର ଉପମୁଖ୍ୟନ୍ତ୍ରୀ ଭାବେ ନେଇଛନ୍ତି ପଦ ଓ ଗୋପନୀୟତାର ଶପଥ।
‘ରାଜ୍ୟରେ ଖେଚୁଡ଼ି ନୁହେଁ, ଦରକାର ସ୍ଥାୟୀ ସରକାର’ - ଦେବେନ୍ଦ୍ର ଫଡ଼ାନାଭିସ
ଜନାଦେଶକୁ ଅପମାନିତ କରିଛି ଶିବସେନା । ତାହାର ପରିଣାମ ଭୋଗିବାର ସମୟ ଆସିଛି। ରାଜ୍ୟରେ ଖେଚୁଡ଼ି ନୁହେଁ, ଏକ ସ୍ଥାୟୀ ସରକାର ଦରକାର ବୋଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କହିଛନ୍ତି ଦେବେନ୍ଦ୍ର ଫଡ଼ାନାଭିସ।
ଫାଇଲ ଫଟୋ
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଗଣମାଧ୍ୟମକୁ ରୋଚକଭରା ମନ୍ତବ୍ୟ ଦେଇଛନ୍ତି ଫଡ଼ାନାଭିସ । କହିଛନ୍ତି, ରାଜ୍ୟରେ ଦରକାର ଏକ ସ୍ଥାୟୀ ସରକାର । ଆବଶ୍ୟକ ନୁହେଁ ଖେଚୁଡ଼ି । ଜନାଦେଶକୁ ଅପମାନିତ କରିଛି ଶିବସେନା। ତେଣୁ ତାହାର ପରିଣାମ ତାକୁ ହିଁ ଭୋଗିବାକୁ ପଡ଼ିବ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଫଡ଼ାନାଭିସ ।