କୋଲକାତା: ପଶ୍ଚିମବଙ୍ଗର କଳାକାର ସ୍ୱର୍ଣ୍ଣ ଚିତ୍ରକରଙ୍କ ଦ୍ୱାରା ଚାଲିଛି କୋରୋନା ସଚେତନତା । ପଟ୍ଟଚିତ୍ର ଏବଂ ସଙ୍ଗୀତ ମାଧ୍ୟମରେ ସେ ଲୋକଙ୍କୁ କରୁଛନ୍ତି ସଚେତନତା । ପଟ୍ଟଚିତ୍ର ହେଉଛି ଏକ ଲୋକକଳା ।
ପଟ୍ଟଚିତ୍ରରେ କୋରୋନା ସଚେତନତା କଲେ ମହିଳା ଚିତ୍ରକର - coronavirus
ପଟ୍ଟଚିତ୍ରରେ ଚିତ୍ରକରଙ୍କ କୋରୋନା ସଚେତନତା । ପଶ୍ଚିମବଙ୍ଗର ମହିଳା ଚିତ୍ରକର ସ୍ବର୍ଣ୍ଣ ଦେଲେ ସଚେତନତା ବାର୍ତ୍ତା । ଅଧିକ ପଢନ୍ତୁ...

ଏହି ଚିତ୍ରରେ ସେ ଦର୍ଶାଇଛନ୍ତି, ପିପିଏ ସୁଟ୍ ପିନ୍ଧିଥିବା ଚରିତ୍ର ଏବଂ କୋରୋନା ଭୂତାଣୁ ଭାବରେ ଚିତ୍ରକର ଏକ ଲାଲ ରାକ୍ଷସ ବ୍ୟବହାର କରି ମହାମାରୀ ଉପରେ ବିସ୍ତୃତ ବର୍ଣ୍ଣନା କରିଛନ୍ତି । ସଂପୂର୍ଣ୍ଣ କାହାଣୀ ସେ ଏକ ଫ୍ରେମରେ ଲେଖିଛନ୍ତି । କୋରୋନା ମହାମାରୀ ବିରୋଧରେ ଲଢେଇରେ ଆଗରେ ଥିବା ସ୍ବାସ୍ଥ୍ୟକର୍ମଚାରୀ ଏବଂ ଡାକ୍ତରଙ୍କ ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି। ତାଙ୍କ କହିବା ଅନୁସାରେ,'ଗୀତ ଲେଖିବା ଏବଂ ଚିତ୍ର ରଙ୍ଗ କରିବା ପାଇଁ ମୋତେ ପ୍ରାୟ 15 ଦିନ ସମୟ ଲାଗିଥିଲା । '
ପୂର୍ବରୁ ଚିତ୍ରୃକରଙ୍କର ଆମେରିକା ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ କୋରୋନା ବ୍ୟାପିବା ପରେ ଲକଡାଉନ ଘୋଷଣା ଯୋଗୁଁ ତାଙ୍କ ଯାତ୍ରା ବାତିଲ କରାଯାଇଥିଲା । ଯାତ୍ରା ବାତିଲ ହୋଇଥିବାରୁ ତାଙ୍କ ଝିଅମାନେ କୃତଜ୍ଞତା ଜଣାଇଛନ୍ତି ଯେ ତାଙ୍କୁ ଗାଁରୁ କୁଆଡେ ବି ଯିବାକୁ ଦିଆଯିବ ନାହିଁ ।