ହାଇଦ୍ରାବାଦ: ଆଉ ଜଣେ ତେଲେଙ୍ଗାନା ବିଧାୟକଙ୍କ କୋରୋନା ପଜିଟିଭ୍ ରିପୋର୍ଟ ଆସିଛି । ଏହାସହ ରାଜ୍ୟରେ ଗୋଟିଏ ସପ୍ତାହ ମଧ୍ୟରେ 3 ଜଣ ବିଧାୟକଙ୍କର କୋରୋନା ପଜିଟିଭ ରେକର୍ଡ ହୋଇଛି । ଏହି ସମସ୍ତ ତିନି ବିଧାୟକ ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ର ଅଟନ୍ତି ।
ତେଲେଙ୍ଗାନାରେ ଆଉ ଜଣେ ବିଧାୟକଙ୍କ କୋରୋନା ପଜିଟିଭ - ତେଲେଙ୍ଗାନା ବିଧାୟକଙ୍କର କୋରୋନା ପଜିଟିଭ
ଆଉ ଜଣେ ତେଲେଙ୍ଗାନା ବିଧାୟକଙ୍କ କୋରୋନା ପଜିଟିଭ୍ ରିପୋର୍ଟ ଆସିଛି । ଏହାସହ ରାଜ୍ୟରେ ଗୋଟିଏ ସପ୍ତାହ ମଧ୍ୟରେ 3 ଜଣ ବିଧାୟକଙ୍କ କୋରୋନା ପଜିଟିଭ ରେକର୍ଡ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ବିଗାଲା ଗଣେଷ ଗୁପ୍ତାଙ୍କ ସୋମବାର କୋରୋନା ରିପୋର୍ଟ ଆସିଛି । ରିପୋର୍ଟ ପଜେଟିଭ ଆସିବା ପରେ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ବିଧାୟକ ବିଗାଲା ଗଣେଷ ନିଜାମାବାଦ ସହରାଞ୍ଚଳ ନିର୍ବାଚନ ମଣ୍ଡଳୀର ବିଧାୟକ ଅଟନ୍ତି । ସେ ଗତ ସପ୍ତାହରେ ନିଜାମାବାଦ ଗ୍ରାମାଞ୍ଚଳ ନିର୍ବାଚନ ମଣ୍ଡଳୀର ବିଧାୟକ ବିଜରେଡ୍ଡୀ ଗୋବର୍ଦ୍ଧନଙ୍କ ସହ ମିଶି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଗୋବର୍ଦ୍ଧନଙ୍କର ରବିବାର କୋରୋନା ପଜିଟିଭ ରିପୋର୍ଟ ଆସିବା ପରେ ବିଗାଲା ଗଣେଷଙ୍କର ମଧ୍ୟ ସ୍ବାବ ଟେଷ୍ଟ ପାଇଁ ପଠାଇ ଦିଆଯାଇଥିଲା । ବର୍ତ୍ତମାନ ଉଭୟ କ୍ବାରେଣ୍ଟାଇନରେ ଅଛନ୍ତି ।
ଏହାପୂର୍ବରୁ ଜନଗାଓଁର ବିଧାୟକ ମୁଟ୍ଟିରେଡି ୟାଦଗିରି ରେଡ୍ଡୀଙ୍କ କୋରୋନା ପଜିଟିଭ୍ ରିପୋର୍ଟ ଆସିଥିଲା । ବିଧାୟକଙ୍କ ପତ୍ନୀ, ଡ୍ରାଇଭର, ବନ୍ଧୁକଧାରୀ ଏବଂ ରୋଷେୟା ଶୁକ୍ରବାର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ପ୍ରଥମେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଷ ପରେ ତାଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଥିଲା ।
TAGGED:
telengana MLA tests positive