ଓଡିଶା

odisha

ETV Bharat / bharat

ତୃତୀୟ ସନ୍ତାନଙ୍କୁ ଭୋଟ ଦେବାରୁ ବଞ୍ଚିତ କରାଯାଉ: ବାବା ରାମଦେବ - adress

ସରକାର ଏପରି ଆଇନ କରନ୍ତୁ, ଯାହାଦ୍ବାରା ତୃତୀୟ ଜନ୍ମିତ ସନ୍ତାନ ଭୋଟ ଦେଇପାରିବ ନାହିଁ ବୋଲି କହିଲେ ବାବା ରାମଦେବ । ଉତ୍ତରାଖଣ୍ଡ ହରିଦ୍ବାରରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଏହି ମତ ରଖିଛନ୍ତି । ଗୋଚାଲାଣ ଏବଂ ବିକ୍ରି ଉପରେ ରୋକ ଲଗାଇବା ପାଇଁ ମଧ୍ୟ କଲେ ଦାବି ।

ଫାଇଲ ଫଟୋ

By

Published : May 26, 2019, 8:31 PM IST

ଡେରାଡୁନ: ଜନସଂଖ୍ୟା ବୃଦ୍ଧି ନେଇ ମତ ରଖିଲେ ଯୋଗଗୁରୁ ବାବା ରାମଦେବ । ଉତ୍ତରାଖଣ୍ଡ ହରିଦ୍ବାରରେ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଏହି ମତ ରଖିଛନ୍ତି । ସରକାର ଏପରି ଆଇନ କରନ୍ତୁ, ଯାହାଦ୍ବାରା ତୃତୀୟ ଜନ୍ମିତ ସନ୍ତାନ ଭୋଟ ଦେଇପାରିବ ନାହିଁ । ଏହାସହ ମଦ ବିକ୍ରି ଉପରେ ଓ ପ୍ରସ୍ତୁତ ଉପରେ ରୋକ ଲଗାଇବା ପାଇଁ ଦାବି କରିଛନ୍ତି । ଅନେକ ମୁସଲମାନ ଦେଶରେ ମଦ ଉପରେ ରୋକ ଲଗାଯାଇଛି । ତେବେ ଆମ ଦେଶରେ କାହିଁକି ନୁହେଁ ?

ଆଗାମୀ 50 ବର୍ଷ ଭିତରେ ଦେଶର ଜନସଂଖ୍ୟା ୧୫୦ କୋଟିରୁ ଅଧିକ ହେବା ଉଚିତ ନୁହେଁ । ଯଦି ଏହି ଆଇନ ପ୍ରଣୟନ କରାଯିବ, ତେବେ ଯାଇ ଜନସଂଖ୍ୟା ବୃଦ୍ଧି ଉପରେ ଲଗାମ ଲଗାଇ ହେବ । ଏହି ଆଇନ ଲାଗୁ ହେଲେ ଲୋକେ ତୃତୀୟ ସନ୍ତାନ ଜନ୍ମ ଦେବା କମ କରିବେ ବୋଲି କହିଛନ୍ତି ବାବା ରାମଦେବ ।

କେବଳ ମଦ ନୁହେଁ ଗୋଚାଲାଣ ଉପରେ ମଧ୍ୟ ରୋକ ଲଗାଇବା ପାଇଁ ଦାବି କରିଛନ୍ତି । ଯଦି ମାଂସ ଖାଉଥିବା ଲୋକ ଚାହାଁନ୍ତି, ତେବେ ଅନ୍ୟ ମାଂସ ଖାଇ ପାରିବେ, ଗୋହତ୍ୟା କରିବା ଅନୁଚିତ ।

For All Latest Updates

ABOUT THE AUTHOR

...view details