ଓଡିଶା

odisha

ETV Bharat / bharat

ଲକଡାଉନରେ ଘରକୁ ବନାନ୍ତୁ ଜିମ୍‌ - କୋରୋନା ଅପଡେଟ

ଘରେ ଆପଣ କିଛି ପୁରୁଣା ଓ ପିଲାବେଳର ଖେଳକୁ ପୁଣି ଫେରାଇଆଣିପାରିବେ । ଏହା କୌଣସି ବ୍ୟାୟାମଠାରୁ କମ ନୁହେଁ । ଅଧିକ ପଢନ୍ତୁ...

ଲକଡାଉନରେ ଘରକୁ ବନାନ୍ତୁ ଜିମ୍‌
ଲକଡାଉନରେ ଘରକୁ ବନାନ୍ତୁ ଜିମ୍‌

By

Published : Apr 3, 2020, 10:03 PM IST

ହାଇଦ୍ରାବାଦ: ଖରାପ ଲାଇଫଷ୍ଟାଇଲ ଓ କର୍ମବ୍ୟସ୍ତ ଜୀବନ ଆମ ଶରୀରକୁ ହାନି ପହଞ୍ଚାଏ । ସମୟର ଅଭାବରୁ ଆମେ ଶରୀର ପ୍ରତି ଧ୍ୟାନ ଦେଇନଥାଉ । ସେହିପରି ଘର ଓ ଅଫିସ ଚକ୍କରରେ ଅନେକ ଲୋକ ଜିମ୍‌ ଉପରେ ନିର୍ଭର କରିଥାନ୍ତି । ତେବେ ବର୍ତ୍ତମାନ ଲକଡାଉନରେ ଜିମ୍‌ ଯିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡିଛି । ଘରେ ରହିବା ସହ ଜିମ୍‌ ନଯାଇ ଲୋକେ ମେଦବହୁଳତାର ଶିକାର ହେବା ଆଶଙ୍କା ସୃଷ୍ଟି ହୋଇଛି ।

ହେଲେ ଏହି ସମୟରେ ଆପଣଙ୍କ ପାଇଁ 2ଟି ଫାଇଦା ରହିଛି । ଗୋଟିଏ ହେଉଛି ଅଫିସ ଚାପ ନାହିଁ । ଆଉ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିଛି । ତେଣୁ ଏହାର ଫାଇଦା ଉଠାଇ ନିଜ ଘରକୁ ଜିମ୍‌ ବନାନ୍ତୁ । ଶରୀରକୁ ସୁସ୍ଥ ରଖନ୍ତୁ । କିଛି ୱାର୍କଆଉଟ ଟିପ୍ସ ଆପଣାନ୍ତୁ । ଶାରୀରିକ ବ୍ୟାୟାମ, ଯୋଗ ସହ ଘରେ ଜିମ୍‌ର କିଛି ପ୍ରଣାଳୀକୁ ଫଲୋ କରନ୍ତୁ । ଘରେ ଅଛନ୍ତି ବୋଲି ଅଳସୁଆମି ଦେଖାଇ ୱାର୍କଆଉଟ ମିସ କରନ୍ତୁନି ।

ଘରେ ଆପଣ କିଛି ପୁରୁଣା ଓ ପିଲାବେଳର ଖେଳକୁ ପୁଣି ଫେରାଇ ଆଣିପାରିବେ । ଏହା କୌଣସି ବ୍ୟାୟାମଠାରୁ କମ ନୁହେଁ । ସ୍କିପିଂ, ଜମ୍ପିଂ ଜାକ୍ସ, ପୁସ-ଅପ, ପୁଲ-ଅପ, ପ୍ଲାଙ୍କସ୍‌, ସାଇଡ ପ୍ଲାଙ୍କସ୍‌ ଭଳି ବ୍ୟାୟାମ ଆପଣ ଘରେ କରନ୍ତୁ । ଏସବୁ ଛୋଟ ଓ ସହଜ ହୋଇପାରେ କିନ୍ତୁ ଏହି ସମୟରେ ଏହା ଅତ୍ୟନ୍ତ ଦରକାରୀ । ଏପରିକି ଘର ଝାଡୁ କରିବା, ଅଳନ୍ଧୁ ସଫା କରିବା ଭଳି କାମ ଆପଣଙ୍କ ପାଇଁ ଉତ୍ତମ ବ୍ୟାୟାମ ହୋଇପାରିବ ।

ଆପଣ ଯୋଗ, ଜୁମ୍ବା କିମ୍ବା ଏରୋବିକ୍ସ କରିପାରିବେ । ସବୁଠାରୁ ସହଜ ଓ ଉତ୍ତମ ଉପାୟ ହେଉଛି ଡାନ୍ସ । ନିଜ ପସନ୍ଦର ଗୀତ ଲଗାଇ ସେଥିରେ କିଛି ସମୟ ନାଚନ୍ତୁ । ପରିବାର ଲୋକେ ମଧ୍ୟ ଆପଣଙ୍କୁ ସାଥ ଦେଇପାରିବେ । ଆପଣଙ୍କୁ ଭଲ ଲାଗିବା ସହ ସମସ୍ତଙ୍କ ମନୋରଞ୍ଜନ ହୋଇପାରିବ । ପ୍ରକୃତରେ ଡାନ୍ସ ଏକ ଚତ୍ମକାର ବ୍ୟାୟାମ କହିଲେ ଭୁଲ ହେବନି ।

କୌଣସି ପରିସ୍ଥିତିରେ ନିଜ ଶରୀରକୁ ଅଳସୁଆମିର ଶିକାର ହେବାକୁ ଦିଅନ୍ତୁନି । ଘରେ କିଛି ବି କାମ କରନ୍ତୁ କିନ୍ତୁ ନିଜକୁ ବ୍ୟସ୍ତ ରଖନ୍ତୁ । ଶାରୀରିକ ଭାବେ ସୁସ୍ଥ ରହନ୍ତୁ । ମନ ଭଲ ରହିବ ଏବଂ ଆପଣଙ୍କ ଏହି ସମୟ ହସଖୁସିରେ କଟିଯିବ ।

ABOUT THE AUTHOR

...view details