ଓଡିଶା

odisha

ETV Bharat / bharat

ଟି ବ୍ୟାଗ୍ ଫିଙ୍ଗି ଦେଉଛନ୍ତି କି ? ବ୍ୟବହାର ଜାଣିଲେ ସାଇତି ରଖିବେ... - surprise

ଆପଣମାନେ ଫିଙ୍ଗି ଦେଉଥିବା ଟି ବ୍ୟାଗର ରହିଛି ବହୁତ ଉପକାରିତା । ତେବେ ଆସନ୍ତୁ ଜାଣିବା କିପରି କରିବା ଏହି ଟି ବ୍ୟାଗର ବ୍ୟବହାର...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 10, 2019, 6:29 PM IST

ଚା ପିଇବାକୁ ବହୁତ ଲୋକ ପସନ୍ଦ କରନ୍ତି । ସକାଳ ସମୟରେ ବେଡ ଟି ମିଳିଗଲେ ମାଇଣ୍ଡ ବି ଫ୍ରେସ ହୋଇଯାଏ । ଏଥିପାଇଁ ଅନେକ ଲୋକ କେବଳ ଘରେ ନୁହେଁ ବାହାରକୁ ଯିବା ସମୟରେ ସାଥିରେ ଟି ବ୍ୟାଗ ନେଇଥାନ୍ତି । ଯାହାକୁ ଥରେ ବ୍ୟବହାର ପରେ ଫିଙ୍ଗି ଦିଅନ୍ତି । କିନ୍ତୁ ଆପଣମାନେ ଫିଙ୍ଗି ଦେଉଥିବା ଏହି ଟି ବ୍ୟାଗର ରହିଛି ବହୁତ ଉପକାରିତା । ତେବେ ଆସନ୍ତୁ ଜାଣିବା କିପରି କରିବା ଏହି ଟି ବ୍ୟାଗର ବ୍ୟବହାର...

1. ଅଧିକ ଦିନ ଧରି ଫ୍ରିଜ ବନ୍ଦ ରହିଲେ ଏଥିରୁ ଦୁର୍ଗନ୍ଧ ବାହାରି ଥାଏ । ଏଭଳି ପରିସ୍ଥିତିରେ ଫ୍ରିଜର ଯେ କୌଣସି ସ୍ଥାନରେ ଟି ବ୍ୟାଗଟିକୁ ରଖି ଦିଅନ୍ତୁ ଦୁର୍ଗନ୍ଧ ଆପେ ଆପେ ଚାଲିଯିବ ।

2. ଅଇଁଠା ବାସନ ସଫା କରିବା ସବୁଠୁ ବଡ କଷ୍ଟ କାର୍ଯ୍ୟ । ଯଦି ଆପଣଙ୍କ ପାଖରେ ଟି ବ୍ୟାଗ ଅଛି ଏହି ସମସ୍ୟା ଚୁଟକିରେ ସମାଧାନ ହୋଇଯିବ । ଏଥିପାଇଁ ପ୍ରଥମେ ଗରମ ପାଣିରେ ଅଇଁଠା ବାସନକୁ ଗୋଟିଏ ରାତି ବୁଡାଇ ରଖନ୍ତୁ । ଏହାପରେ ସକାଳ ସମୟରେ ଧୋଇ ଦିଅନ୍ତୁ ଦେଖିବେ ବାସନ ଦିଶିବ ଚିକଚିକ୍ ।

3. ଟି ବ୍ୟାଗକୁ ଆପଣ ରୁମ ଫ୍ରେଶସନର ଭାବେ ବ୍ୟବହାର କରିପାରିବେ । ଏଥିପାଇଁ ପ୍ରଥମେ ଟି ବ୍ୟାଗକୁ ଖରାରେ ଶୁଖାଇ ଦିଅନ୍ତୁ । ଭଲ ସୁଗନ୍ଧ ପାଇଁ କିଛି ବୁନ୍ଦା ତେଲ ମିଶାନ୍ତୁ । ଏହାପରେ ଯେଉଁ ସ୍ଥାନରେ ଇଚ୍ଛା ସେଠାରେ ରଖନ୍ତୁ ।

4. ଅନେକ ସମୟରେ ପେଟ ଗରମ ଯୋଗୁଁ ପାଟିରେ ଓ ଜିଭରେ ତୁଣ୍ଡଘା' ହୋଇଥାଏ । ଏଥିପାଇଁ ଟି ବ୍ୟାଗକୁ ଫ୍ରିଜରେ ରଖି ଥଣ୍ଡା କରିଦିଅନ୍ତୁ । ଏହାପରେ ବ୍ୟାଗଟିକୁ ମୁହଁର ଉକ୍ତ ସ୍ଥାନରେ ରଖନ୍ତୁ ଓ ଆରାମ ପାଆନ୍ତୁ ।

For All Latest Updates

ABOUT THE AUTHOR

...view details