ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ଅଭିଭାବକମାନେ ସନ୍ତାନଙ୍କ ହାବଭାବ ଏବଂ ଲକ୍ଷଣକୁ ସାଧାରଣତଃ ଅଣଦେଖା କରିଥାନ୍ତି । ଯାହା ପରେ ସଙ୍ଘାତିକ ବିପଦ ଆଣିଥାଏ । କାରଣ ନିକଟରେ ଆସିଥିବା ଏକ ରିପୋର୍ଟ ଅନୁସାରେ ଭାରତରେ ଶିଶୁଙ୍କ ଭିତରେ ବୃଦ୍ଧି ପାଉଛି ବ୍ରେନ ଟ୍ୟୁମର । ତେବେ ଯଦି ଆପଣଙ୍କ ଶିଶୁଠାରେ ଏହି ସବୁ ଲକ୍ଷଣ ଦେଖାଯାଉଛି, ଆଉ ଡେରି ନକରି ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ କରନ୍ତୁ ।
ଏମିତି ହୁଏ ବ୍ରେନ ଟ୍ୟୁମର:
ମସ୍ତିସ୍କରେ କିଛି ଅସମାନତା ସେଲ ଜନ୍ମ ନେଇ ଟ୍ୟୁମର ସୃଷ୍ଟି କରିଥାଏ । ଏହାର ଲକ୍ଷଣ ମୁଣ୍ଡ ବ୍ୟଥା, ସ୍ମୃତିଶକ୍ତି ହ୍ରାସ ଆଦି ହୋଇଥାଏ । ଯଦି ଆପଣ ଏହାକୁ ସାଧାରଣ ମୁଣ୍ଡ ବ୍ୟଥା ଭାବି ଅଣଦେଖା କରନ୍ତି ତେବେ ଆପଣଙ୍କୁ ପରବର୍ତ୍ତୀ ସମୟରେ ବହୁମୂଲ୍ୟ ଦେବାକୁ ପଡିପାରେ ।
ଲକ୍ଷଣ:
ପ୍ରତି ସମୟରେ ମୁଣ୍ଡବ୍ୟଥା, ଚାଲିବା ସମୟରେ ସମସ୍ୟା, ଦୁର୍ବଳ ଲାଗିବା, ଚିନ୍ତିତ ରହିବା, ବାନ୍ତି ଲାଗିବା, କେହି ସ୍ପର୍ଶ କଲେ କମ ଅନୁଭବ କରିବା, ଆଖିକୁ ଧୁସର ଦେଖାଯିବା, ଅନେକ ସମୟରେ ବେହୋସ ହୋଇଯିବା ଏବଂ କଥା କହିବାରେ ମଧ୍ୟ ସମସ୍ୟା ଦେଖାଯିବା । ଏପରି ଲକ୍ଷଣମାନ ଶିଶୁ ଭିତରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ନଚେତ ବଡ ବିପଦର ସାମନା କରିବାକୁ ପଡିପାରେ ।