ଓଡିଶା

odisha

ETV Bharat / bharat

ଖୁବଶୀଘ୍ର ‘ଜୁମ’ ଆପ୍‌ରେ ଆସୁଛି ଏହି ସବୁ ଅପଡେଟ...

ଲକଡାଉନ ସତ୍ତ୍ବେ ରାତାରାତି ଲୋକପ୍ରିୟତା ସାଉଣ୍ଟିବାରେ ସଫଳ ହୋଇଛି ‘ଜୁମ’ ଆପ । ଏକ ସାଧାରଣ ଭିଡିଓ କନଫରେନ୍ସିଂ ଆପରୁ ଏବେ ଏହା ଦୈନନ୍ଦିନ ଘରୋଇ ଜୀବନର ଏକ ଅଂଶ ପାଲଟିଛି ।

By

Published : Apr 24, 2020, 6:41 AM IST

zoom app, new update on zoom app, zoom app in lockdown, technology news, latest technology news, ଜୁମ ଆପ, ଜୁମ ଆପରେ ନୂଆ ଅପଡେଟ, ଲକଡାଉନରେ ଜୁମ ଆପ, ଟେକ୍ନୋଲୋଜି ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଖୁବଶୀଘ୍ର ‘ଜୁମ’ ଆପ୍‌ରେ ଆସୁଛି ଏହି ସବୁ ଅପଡେଟ...

ହାଇଦ୍ରାବାଦ: ଲକଡାଉନ ସତ୍ତ୍ବେ ରାତାରାତି ଲୋକପ୍ରିୟତା ସାଉଣ୍ଟିବାରେ ସଫଳ ହୋଇଛି ‘ଜୁମ’ ଆପ । ଏକ ସାଧାରଣ ଭିଡିଓ କନଫରେନ୍ସିଂ ଆପରୁ ଏବେ ଏହା ଦୈନନ୍ଦିନ ଘରୋଇ ଜୀବନର ଏକ ଅଂଶ ପାଲଟିଛି । ତେବେ ଏହି ଆପରେ ଖୁବ ଶୀଘ୍ର ରୋଲ ଆଉଟ ହେବାକୁ ୟାଉଛି କିଛି ଜରୁରୀ ଅପଡେଟ ।

କ’ଣ ରହିଛି ଏହି ଅପଡେଟ ଜାଣନ୍ତୁ :

- ବ୍ଲଗ ପୋଷ୍ଟର ସୂଚନା ମୁତାବକ ଜୁମ ଖୁବ ଶୀଘ୍ର AES 256-bit GCM ଏନକ୍ରିପ୍ଟିଂ ଷ୍ଟାଣ୍ଡାର୍ଡକୁ ଅପଗ୍ରେଡ ହେବାକୁ ଯାଉଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହା ୟୁଜର୍ସଙ୍କର ମିଟିଂ ଡାଟାକୁ ଅଧିକ ସୁରକ୍ଷିତ ଓ ଗୁପ୍ତ ରଖିବ । ତେବେ ଏହି ଫିଚର ଆଗାମୀ ସପ୍ତାହେ ମଧ୍ୟରେ ରୋଲ ଆଉଟ ହେବା ନେଇ ସୂଚନା ରହିଛି ।

- ସିକ୍ୟୁରିଟି ଫିଚର ପାଇଁ ଆପ୍‌ରେ ଜୋଡି ହେବ ନୂଆ ଆଇକନ । ପୂର୍ବରୁ ମିଟିଂ ମେନ୍ୟୁରେ ଆପ୍‌ର ସିକ୍ୟୁରିଟି ଫିଚରକୁ ଆକ୍ସେସ କରିହେଉଥିଲା । ହେଲେ ଏବେ ଏନେଇ ଆଡ ହେବାକୁ ଯାଉଛି ଏକ ସ୍ବତନ୍ତ୍ର ଆଇକନ । ଯାହା ହୋଷ୍ଟଙ୍କର ମିଟିଂ ମେନ୍ୟୁ ବାରରେ ରହିବ । ଯାହାକୁ କ୍ଲିକ କରିବା ଦ୍ବାରା ଫିଚର ସବୁ ଦେଖି ହେବ ।

- ଜୁମ ଆପ୍‌ରେ କ୍ଲାଉଡ ରେକର୍ଡିଂ ଦ୍ବାରା ଆକ୍ସେସ କରୁଥିବା ୟୁଜର୍ସମାନଙ୍କ ପାଇଁ ଆସୁଛି କମ୍ପ୍ଲେକ୍ସ ପାସ୍ୱାର୍ଡ ସେଟିଂ । ଏହାଦ୍ବାରା ପ୍ଲାଟଫର୍ମ ଅଧିକ ସୁରକ୍ଷିତ ହୋଇପାରିବ ।

- ଆଉ ଭୁଲବଶତଃ ଶେୟାର କରି ହେବ ନାହିଁ ମିଟିଂ ଆଇଡି । କାରଣ ଜୁମ ଆପରେ ଥିବା ମିଟିଂ ଆଇଡି ଓ ଇନଭାଇଟ ଅପ୍ସନ ଜୁମର ମେନ ଇଣ୍ଟରଫେସରୁ ପାର୍ଟିସିପେଣ୍ଟ ମେନ୍ୟୁ ପର୍ଯ୍ୟନ୍ତ ହଟାଇ ଦିଆଯାଇଛି ।

- ଜୁମର ଲାଟେଷ୍ଟ ଭର୍ସନ ବିଭିନ୍ନ ଅରଗାନାଇଜେସନକୁ ଆକାଉଣ୍ଟ ମଧ୍ୟରେ କଣ୍ଟାକ୍ଟ ଲିଙ୍କ କରିବାର ଅଧିକାର ଯୋଗାଇବ । ଯାହା ଦ୍ବାରା ଲୋକେ ସହଜରେ ଓ ସୁରକ୍ଷିତ ଭାବେ ମିଟିଂ, ଚାଟ ଓ ଫୋନ କଣ୍ଟାକ୍ଟକୁ ସର୍ଚ୍ଚ କରିପାରିବେ ।

- ଲାଟେଷ୍ଟ ଅପଡେଟ ଦ୍ବାରା ହୋଷ୍ଟ ସିକ୍ୟୁରିଟି ଆଇକନକୁ ଯାଇ ଅନାବଶ୍ୟକ ୟୁଜର୍ସଙ୍କୁ ରିପୋର୍ଟ କରିପାରିବେ । ଏହା କୌଣସି ୟୁଜର୍ସକୁ ନିଜ ନାମ ପରିବର୍ତ୍ତନ କରିବାକୁ ମଧ୍ୟ ଅନୁମତି ଦେବ ନାହିଁ ।

- କୌଣସି ମିଟିଂରେ ଯୋଡି ହେବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ଓ ଅଲଗା ୱେଟିଂ ରୁମରେ ରଖିବ ଲାଟେଷ୍ଟ ଅପଡେଟେଡ ଜୁମ ଆପ । ୱେଟିଂ ରୁମ ନାମକ ନୂଆ ଫିଚର ଦ୍ବାରା ଶିକ୍ଷା, ସାଧାରଣ ଓ ସିଙ୍ଗଲ ଲାଇସେନ୍ସ ପ୍ରୋ ଆକାଉଣ୍ଟ ଗୁଡିକୁ ୱେଟିଂରେ ରଖିହେବ । ଏଥିସହ ମିଟିଂ ମଧ୍ୟରେ ହୋଷ୍ଟ ଚାହିଁଲେ ଜଣଙ୍କୁ ୱେଟିଂ ରୁମରେ ମଧ୍ୟ ରଖି ପାରିବ ।

- ଜୁମ ଡ୍ୟାସ ବୋର୍ଡରେ ଜୋଡି ହେବ ନୂଆ ଅପଡେଟ । ଯାହା ଦ୍ବାରା ଯେକୌଣସି ଗ୍ରୁପର ଆଡମିନ ଜୁମ ଡାଟା ସେଣ୍ଟର ସହ ଯୋଗାଯୋଗ କରିପାରିବେ ।

- ନୂଆ ଅପଡେଟ ସହ ଚାଟିଂରେ ମଧ୍ୟ ୟୁଜର୍ସଙ୍କୁ ବିଭିନ୍ନ ସୁବିଧା ମିଳିବ । ଯେମିତି କି ୟୁଜର୍ସ ଚାହିଁଲେ ଚାଟ ନୋଟିଫିକେସନକୁ ନିଜ ସ୍ନିପେଟରୁ ହାଇଡ କରିପାରିବେ ।

ABOUT THE AUTHOR

...view details