ଓଡିଶା

odisha

ETV Bharat / bharat

ଅମୃତଭଣ୍ଡା ଆମ ଶରୀର ପାଇଁ କେତେ ଉପକାରୀ, ପଢନ୍ତୁ - Health Benefits Of Papaya

ପେଟ ଓ ଆଖି ପାଇଁ ବେଶ ଉପକାରୀ ପାଚିଲା ଅମୃତଭଣ୍ଡା । ଏଥିରେ ଆଇରନ, କ୍ୟାଲସିୟମ ଓ ପୋଟାସିୟମ ପ୍ରଚୁର ପରିମାଣର ରହିଥାଏ । ଅଧିକ ପଢନ୍ତୁ...

papaya
ପେଟ ଓ ଆଖି ପାଇଁ ବେଶ ଉପକାରୀ ପାଚିଲା ଅମୃତ ଭଣ୍ଡା

By

Published : Jan 2, 2020, 4:07 PM IST

ହାଇଦ୍ରାବାଦ: ସାଧାରଣତଃ ସବୁ ଫଳ ଓ ପରିବା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କାରଣ ସମସ୍ତ ଫଳରେ ଓ ପରିବାରେ ଅନେକ ପ୍ରୋଟିନ, ଭିଟାମିନ, ଆଇରନ, କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ । ସେଥିମଧ୍ୟରୁ ଅମୃତଭଣ୍ଡା ଗୋଟିଏ । ଆଉ ଏହା ସମସ୍ତଙ୍କର ଅତି ପ୍ରିୟ ମଧ୍ୟ ହୋଇଥାଏ । ସେ ପାଚିଲା ହେଉ କି କଞ୍ଚା 2ଟି ଯାକରେ ଭିଟାମିନ ଭରପୁର ରହିଛି । ଏହାକୁ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ପାଚିଲା ଅମୃତଭଣ୍ଡାର ଉପକାରୀ ଗୁଣ ବିଷୟରେ ।

ଆମେମାନେ ପାଚିଲା ଅମୃତଭଣ୍ଡାକୁ ସାଧାରଣତଃ କାଟିକି ଖାଇଥାଉ । କିନ୍ତୁ ଆପଣ ଏହାକୁ ଜୁସ କରି ମଧ୍ୟ ପିଇପାରିବେ । ଏହାର ଘରୋଇ ଗୁଣ ବେଶ ଅଧିକ ରହିଛି । ଅମୃତଭଣ୍ଡାକୁ ଯଦି ପ୍ରତ୍ୟେକ ଦିନ ଖାଆନ୍ତି ତେବେ ଏହା ପାଚନ କ୍ରିୟାରେ ସହାୟକ ହୋଇଥାଏ । ଏହାକୁ ଖାଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ । ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ ।

ଏହା ଆଖି ପାଇଁ ବେଶ ଲାଭଦାୟକ ଅଟେ । ଏହା ପେଟ ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ । ଆମେରିକାର କୃଷି ବିଭାଗର ରିପୋର୍ଟ ମୁତାବିକ 100 ଗ୍ରାମ ଅମୃତଭଣ୍ଡାରେ 43 ଗ୍ରାମର କ୍ୟାଲୋରୀ ରହିଥାଏ । ଅମୃତଭଣ୍ଡା ଖାଇବା ଦ୍ବାରା ଶରୀରରେ ପାଣିର ଅଭାବ ରହିନଥାଏ । 100 ଗ୍ରାମ ଅମୃତଭଣ୍ଡାରେ 0.47 ଗ୍ରାମର ପ୍ରୋଟିନର ମାତ୍ରା ରହିଥାଏ । ଆଉ 1.7 ଗ୍ରାମର ଫାଇବର, 7.8 ଗ୍ରାମର ସୁଗାର ରହିଥାଏ । ଏଥିରେ ଆଇରନ, କ୍ୟାଲସିୟମ ଓ ପୋଟାସିୟମ ପ୍ରଚୁର ପରିମାଣର ରହିଥାଏ । 100 ଗ୍ରାମ ଅମୃତଭଣ୍ଡାରେ 20 ଗ୍ରାମ କ୍ୟାଲସିୟମ ଓ 21 ଗ୍ରାମ ମ୍ୟାଗ୍ନେସିୟମ ଓ 182 ଗ୍ରାମ ପୋଟାସିୟମ ରହିଥାଏ ।

ଏହି କାରଣରୁ ଅମୃତଭଣ୍ଡା ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଏଥିରେ କୋଲେଷ୍ଟ୍ରୋଲର ମାତ୍ରା ବିଲକୁଲ ନାହିଁ । ସୂଚନାମୁତାବକ, 2014ରେ ଭାରତରେ 50 ଲକ୍ଷ ଟନ ଅମୃତଭଣ୍ଡା ଉତ୍ପାଦନ ହୋଇଥିଲା । ଏହାକୁ ସୌନ୍ଦର୍ଯ୍ୟ ପାଇଁ ବେଶ ଲାଭଦାୟକ ଅଟେ । ଏଥିରେ ଭିଟାମିନ ଏ, ସି ଓ କେ ର ମାତ୍ରା ବହୁତ ଅଧିକ । ଯାହା ସଂକ୍ରମଣରୁ ରକ୍ଷା କରିଥାଏ ।

ABOUT THE AUTHOR

...view details