ଓଡିଶା

odisha

ETV Bharat / bharat

ପାଖରେ ଅଛି କି ଏହି ପାସପୋର୍ଟ, ବୁଲି ପାରିବେ ସବୁ ଦେଶ - passports

କିଛି ଲୋକଙ୍କ ବୁଲିବା ସଉକ ରହିଥାଏ । ହେଲେ ବିଦେଶ ଯାତ୍ରା ପାଇଁ ଆବଶ୍ୟକ ପଡିଥାଏ ପାସପୋର୍ଟ । ଦୁନିଆରେ ଏପରି କିଛି ପାସପୋର୍ଟ ଅଛି ଯାହା ଦ୍ବାରା ଆପଣ ବିଭିନ୍ନ ଦେଶକୁ ବୁଲିବାକୁ ଯାଇପାରିବେ । ତେବେ ଆସନ୍ତୁ ଜାଣିବା ଏହିସବୁ ପାସପୋର୍ଟ ବିଷୟରେ...

ପ୍ରତିକାତ୍ମକ ଫଟୋ

By

Published : Jul 7, 2019, 4:08 PM IST

ନୂଆଦିଲ୍ଲୀ: ଦେଶର ଅଧିକାଂଶ ଲୋକ ଦେଶ ଓ ବିଦେଶ ବୁଲିବାକୁ ପସନ୍ଦ କରିଥାନ୍ତି । ହେଲେ ବିଦେଶକୁ ଯାତ୍ରା ପାଇଁ ଆବଶ୍ୟକ ପଡିଥାଏ ପାସପୋର୍ଟ । ଦୁନିଆରେ ଏପରି କିଛି ପାସପୋର୍ଟ ଅଛି ଯାହା ଦ୍ବାରା ଆପଣ ବିଭିନ୍ନ ଦେଶକୁ ବୁଲିବାକୁ ଯାଇପାରିବେ । ତେବେ ଆସନ୍ତୁ ଜାଣିବା ଏହିସବୁ ପାସପୋର୍ଟ ବିଷୟରେ...

1. ହେନଲି ପାସପୋର୍ଟ ଇଣ୍ଡେକ୍ସ -ଏହି ପାସପୋର୍ଟ ଚଳିତ ବର୍ଷ ପ୍ରକାଶ ପାଇଛି । ଏହାକୁ ଦେଶର ସବୁଠୁ ଶକ୍ତିଶାଳୀ ପାସପୋର୍ଟ ଭାବେ ବିବେଚିତ କରାଯାଉଛି ।

2. ଜାପାନ ଓ ସିଙ୍ଗାପୁରର ପାସପୋର୍ଟ ବିଶେଷ ଶକ୍ତିଶାଳୀ କାରଣ ଏହି ଭିସା ଦ୍ବାରା 189 ଟି ଦେଶର ବୁଲିପାରିବେ । ଏପରିକି ପାଖରେ ଭିସା ନଥିଲେ ମଧ୍ୟ ବାହାର ଦେଶକୁ ଯାତ୍ରା କରିପାରିବେ ।

3. ଏହା ପୂର୍ବରୁ 2018 ମସିହାରେ ଜର୍ମାନୀ ପାସପୋର୍ଟକୁ ବିଶେଷ ଶକ୍ତିଶାଳୀ ଭାବେ ବିବେଚିତ କରାଯାଉଥିଲା । କାରଣ ଜମାର୍ନ ପାସପୋର୍ଟ ସାହାଯ୍ୟରେ 100 ରୁ ଉର୍ଦ୍ଧ୍ବ ଦେଶ ବୁଲିପାରିବେ ।

4. ଭାରତୀୟ ପାସପୋର୍ଟ ଦ୍ବାରା 86 ଟି ଦେଶ ବୁଲି ହେବ । ସେଥିମଧ୍ୟରୁ 58 ଟି ଦେଶକୁ ବିନା ଭିସାରେ ମଧ୍ୟ ଯାତ୍ରା କରିପାରିବେ ।

ଏହି ପାସପୋର୍ଟ ଲିଷ୍ଟର ଷଷ୍ଠ ସ୍ଥାନରେ ରହିଛି ଆଠଟି ଦେଶ । ସେଗୁଡିକ ହେଲା ୟୁନାଇଟେଡ କିଙ୍ଗଣ୍ଡମ, ଆମେରିକା, ବେଲଜିୟମ, କାନଡା, ଗ୍ରୀସ, ଆୟାରଲ୍ୟାଣ୍ଡ, ଗ୍ରୀସ ଓ ନରୱେ । ଏହାସହ ଇରାକର ନାଗରିକ ମାନେ ବିନା ଭିସାରେ 27ଟି ଆଫଗାନ ଦେଶ ବୁଲିପାରିବେ ।

ABOUT THE AUTHOR

...view details