ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଛି । ଚାଇନାର ସ୍ମାର୍ଟଫୋନ୍ ଠାରୁ ମୋବାଇଲ୍ ଆପ୍ ପର୍ଯ୍ୟନ୍ତ ସବୁକୁ ବୟକଟ୍ କରିବାକୁ ଦାବି ହେଉଛି । ଏମିତିକି ସୋସିଆଲ ମିଡିଆ ପ୍ଲାଟଫର୍ମରେ 'ଚାଇନିଜ୍ ପ୍ରଡକ୍ଟ ବୟକଟ୍' ଅଭିଯାନ ମଧ୍ୟ ଆରମ୍ଭ ହୋଇଗଲାଣି । ନିକଟରେ ଭାରତୀୟ ସୁରକ୍ଷା ଏଜେନ୍ସି ଟିକଟକ୍ ଏବଂ ହାଲୋ ଭଳି ଚାଇନିଜ ଆପକୁ ରୋକିବା ପାଇଁ ସରକାରଙ୍କୁ ସୁପାରିଶ କରିଥିଲେ ।
ତେବେ ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ନିଜ ଫୋନରୁ ଚାଇନିଜ ଆପକୁ ଡିଲିଟ୍ କରି ତାହା ବଦଳରେ କିଛି ଇଣ୍ଡିଆନ ଆପ୍ ଇନଷ୍ଟଲ କରିବାକୁ ଚାହୁଁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ମୋବାଇଲ୍ ଆପ୍ ବିଷୟରେ କହିବୁ, ଯାହା ଚାଇନାର ମୋବାଇଲ୍ ଆପ୍ ବଦଳରେ ଆପଣ ବିକଳ୍ପ ଭାବରେ ବ୍ୟବହାର କରିପାରିବେ ।
ଟିକଟକ୍ ବଦଳରେ ବ୍ୟବହାର କରନ୍ତୁ ଏହି ଆପ୍
ଆପଣ ଟିକଟକ୍ ପରିବର୍ତ୍ତେ ରୋପୋସୋ ମୋବାଇଲ୍ ଆପ୍ ବ୍ୟବହାର କରିପାରିବେ । ଏହି ଆପରେ, ଆପଣ ଟିକଟକ୍ ପରି ଭିଡିଓ ପ୍ରସ୍ତୁତ କରିପାରିବେ ଏବଂ ଏହାକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସେୟାର ମଧ୍ୟ କରିପାରିବେ ।
ପ୍ରକାଶ ଥାଉ କି, ବର୍ତ୍ତମାନ ସୁଦ୍ଧା 50 ଲକ୍ଷରୁ ଅଧିକ ଉପଭୋକ୍ତା ଗୁଗୁଲ୍ ପ୍ଲେ ଷ୍ଟୋର୍ରୁ ଏହି ଆପ୍ ଡାଉନଲୋଡ୍ କରିସାରିଛନ୍ତି ।
ହେଲୋ ପରିବର୍ତ୍ତେ ସେୟାର ଚାଟ୍ ଆପ୍ ବ୍ୟବହାର କରନ୍ତୁ