ଓଡିଶା

odisha

ETV Bharat / bharat

କ୍ଷୀରରେ ରହିଥାଏ ଏହି 9 ଟି ପୋଷକ ତତ୍ତ୍ବ

କ୍ଷୀର ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହୀତକର । ଏଥିରେ ଥିବା 9 ଟି ପୋଷକ ତତ୍ତ୍ବ ଶରୀରର ପାଇଁ ଅତ୍ୟନ୍ତ ଆବଶ୍ୟକ । ଯାହା ଆମକୁ ବିଭିନ୍ନ ରୋଗରୁ ଦୂରେଇ ରଖିଥାଏ । ଏଥିପାଇଁ ପ୍ରତ୍ୟେକ ଦିନ କ୍ଷୀର ପିଇବା ଜରୁରୀ ।

By

Published : Jun 26, 2019, 5:10 AM IST

ପ୍ରତିକାତ୍ମକ ଫଟୋ

କ୍ଷୀର ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହୀତକର । ଏଥିରେ ଥିବା 9 ଟି ପୋଷକ ତତ୍ତ୍ବ ଶରୀରର ପାଇଁ ଅତ୍ୟନ୍ତ ହୀତକର, ଯାହା ରୋଗକୁ ଦୂରେଇ ରଖିଥାଏ । ଏଥିପାଇଁ ପିଲାମାନଙ୍କୁ ଘରେ ପ୍ରତିଦିନ କ୍ଷୀର ପିଇବାକୁ କୁହାଯାଇଥାଏ ।

କ୍ଷୀରରେ ପ୍ରୋଟିନ, ଭିଟାମିନ, କ୍ୟାଲସିୟମ ଇତ୍ୟାଦି ରହିଛି । ଏହା ହାଡ, ଦାନ୍ତ ଓ ଶରୀରର ପାଇଁ ନିହାତୀ ଆବଶ୍ୟକ । ଏକ ଗବେଷଣାରୁ ଜଣାପଡିଛି କି କ୍ଷୀର ପିଇବା ଦ୍ବାରା ବ୍ୟକ୍ତି ମାନସିକ ଚାପରୁ ଦୂରେଇ ରହିବା ସହ ପାଚନ କ୍ଷମତା ବୃଦ୍ଧି ପାଇଥାଏ ।

ନ୍ୟାସନାସ ଡାଏରି କାଉନସିଲର ମତ ଅନୁଯାୟୀ, କ୍ଷୀରରେ କ୍ୟାଲସିୟ, ପ୍ରୋଟିନ, ପୋଟାସିୟମ, ଫସଫରସ, ଭିଟାମିନ ଡି, ଭିଟାମିନ ବି 12, ଭିଟାମିନ ଏ, ରିବୋଫ୍ଲାଭିନ ଓ ନିଆସିନ ରହିଛି ।

ତେବେ କ୍ୟାଲସିୟମ ହାଡ ଓ ଦାନ୍ତକୁ ଶକ୍ତ କରୁଥିବା ବେଳେ ପ୍ରୋଟିନ ଶରୀରରକୁ ଶକ୍ତି ଯୋଗାଇଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରି ରଖିଥାଏ ।

ସେହିପରି କ୍ଷୀରରେ ଥିବା ଭିଟାମିନ ବି 12 ବ୍ଲଡ ସେଲକୁ ନିୟନ୍ତ୍ରଣ କରି ରଖିବା ସହ ସ୍ନାୟୁ ସଂସ୍ଥାକୁ ସଠିକ କରିଥାଏ । ଏହାସହ ଭିଟାମିନ ଏ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯାହାଫଳରେ ଆଖି ଓ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇନଥାଏ ।

ଅନ୍ୟପଟେ ଡାକ୍ତରଙ୍କ କହିବା ଅନୁଯାୟୀ, କ୍ଷୀର ଓଜୋନ ହ୍ରାସ କରିବାରେ ସାହାଯ୍ୟ କରେ । ତେଣୁ ୱେଟ ଟ୍ରେନିଂ ପରେ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଥାଏ ।

ABOUT THE AUTHOR

...view details