ହାଇଦ୍ରାବାଦ: ଆଜିର ବ୍ୟସ୍ତବହୁଳ ଜୀବନରେ, ଆମେ ଆମର ଖାଦ୍ୟ ପଦାର୍ଥ ପ୍ରତି ସବୁଠୁ କମ ଧ୍ୟାନ ଦେଇଥାଉ ଏବଂ ଏହି ଅସାବଧାନତା ହେତୁ ଆମ ଶରୀରରେ ଅନେକ ରୋଗ ଦେଖାଦେଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ସୁସ୍ଥ ଏବଂ ଫିଟ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କ ଖାଦ୍ୟରେ ଏହି 5ଟି ବିଶେଷ ଜିନିଷ ଅନ୍ତର୍ଭୁକ୍ତ କରନ୍ତୁ । ଫଳରେ ଆପଣ ଡାଇବେଟିସରୁ ରକ୍ଷା ପାଇପାରିବେ ।
ଦୈନିକ ଖାଦ୍ୟରେ ସାମିଲ କରନ୍ତୁ ଏହି 5ଟି ଖାଦ୍ୟ, ପାଖ ମାଡିବନି ଡାଇବେଟିସ ଘରେ ତିଆରି ଖାଦ୍ୟ ଖାଆନ୍ତୁ
ଆପଣଙ୍କ ଫିଟନେସ ପାଇଁ ସବୁଠାରୁ ବଡ ମନ୍ତ୍ର ହେଉଛି ଘର ଖାଇବା । ଯେଉଁମାନେ ଘର ଖାଇବା ଖାଉଛନ୍ତି ସେମାନଙ୍କ ଠାରେ ମଧୁମେହ ହେବାର ଆଶଙ୍କା ବହୁତ କମ ଥାଏ । ଏହା ବ୍ୟତୀତ ଘରେ ଖାଦ୍ୟ ଖାଉଥିବା ଲୋକଙ୍କ ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ । ଯାହା ମଧୁମେହରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଫାଇବର ଯୁକ୍ତ ଖାଦ୍ୟ
ଯଦି ଆପଣ ନିଜ ଖାଦ୍ୟରେ ଫାଇବର ଯୁକ୍ତ ଜିନିଷ ଅନ୍ତର୍ଭୁକ୍ତ କରନ୍ତି ଯେପରିକି ଶସ୍ୟ, ଓଟମିଲ୍, ଦଲିଆ, ସ୍ପ୍ରାଉଟ ତେବେ ଆପଣଙ୍କ ନିକଟରେ ସୁଗାରର ବିପଦ 25 ପ୍ରତିଶତ କମିଯାଏ । ମଧ୍ୟାହ୍ନ ଭୋଜନ ଏବଂ ସକାଳ ଜଳଖିଆରେ ଆପଣ ଏପରି ଜିନିଷ ଅନ୍ତର୍ଭୁକ୍ତ କରିବା ଜରୁରୀ ।
ଦହି କିମ୍ବା ବଟରମିଲ୍କ ଜରୁରୀ
ଖାଇବା ପରେ 1 ପାତ୍ର ଦହି କିମ୍ବା ବଟରମିଲ୍କ ଖାଇବା କିମ୍ବା ପିଇବା ଦ୍ବାରା ଟାଇପ-୨ ମଧୁମେହ ହେବାର ଆଶଙ୍କା କମିଯାଏ । ଦହିରେ ଥିବା ପ୍ରୋବାୟୋଟିକ୍ସ ଇନସୁଲିନକୁ ସନ୍ତୁଳିତ ରଖେ ଏବଂ ଫୁଲିବାକୁ ମଧ୍ୟ ହ୍ରାସ କରେ ।
ପ୍ରତିଦିନ ବାଦାମ ଅଖରୋଟ ଖାଆନ୍ତୁ
ଯେଉଁମାନେ ପ୍ରତିଦିନ ସକାଳ ସମୟରେ ଅଖରୋଟ ଖାଉଛନ୍ତି, ସେମାନଙ୍କ ଠାରେ ମଧୁମେହ ହେବାର ଆଶଙ୍କା କମ ଥାଏ । ସକାଳେ ଏକ ମୁଠା ଅଖରୋଟ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ମଧ୍ୟ କମିଯାଏ । ଖାଦ୍ୟରେ ଏହାକୁ ଅନ୍ତର୍ଭୂକ୍ତ କରିବା ଦ୍ବାରା କାର୍ଡିଓମେଟାବୋଲିକ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ ଏବଂ ଓଜନ ମଧ୍ୟ ନିୟନ୍ତ୍ରଣ କରିଥାଏ ।
କଦଳୀ, ଆଳୁ ଏବଂ ଟମାଟୋ ଖାଆନ୍ତୁ
ଅନେକ ଲୋକ କୁହନ୍ତି ଯେ କଦଳୀ ଏବଂ ଆଳୁ ଓଜନ ବଢାଇଥାଏ, କିନ୍ତୁ ଏକ ଅନୁସନ୍ଧାନ ଅନୁଯାୟୀ, ଯେଉଁମାନେ ନିୟମିତ ଭାବରେ କଦଳୀ, ଆଳୁ ଏବଂ ଟମାଟୋ ଖାଉଛନ୍ତି, ସେମାନଙ୍କର କିଡନୀ ସୁସ୍ଥ ରହିଥାଏ । ବିଶେଷତଃ ଯଦି ଆପଣ ମଧୁମେହ ରୋଗୀ ଅଟନ୍ତି ତେବେ ଆପଣ ପ୍ରତିଦିନ ଖାଦ୍ୟରେ କଦଳୀ, ଆଳୁ ଏବଂ ଟମାଟୋ ଅନ୍ତର୍ଭୁକ୍ତ କରିବା ଉଚିତ ।