ହାଇଦ୍ରାବାଦ: ଆସନ୍ତାକାଲି 73 ତମ ସ୍ବାଧୀନତା ଦିବସ ପାଳନ କରିବ ଭାରତ । ଏନେଇ ପୁରା ଦେଶ ଏବେ ଉତ୍ସବ ମୁଖର ହୋଇଉଠିଛି । 200 ବର୍ଷ ଧରି ଦେଶକୁ ଶାସନ କରିଥିବା ଇଂରେଜଙ୍କ କବଳରୁ 1947 ମସିହା ଅଗଷ୍ଟ 15 ତାରିଖରେ ମୁକୁଳିଥିଲା ଭାରତ । ତେବେ ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । କିନ୍ତୁ ଆପଣ ଜାଣନ୍ତି କି କେବଳ ଭାରତ ନୁହେଁ ବରଂ ଏଭଳି 5 ଟି ଦେଶ ଅଛନ୍ତି, ଯେଉଁମାନେ ଅଗଷ୍ଟ 15 ତାରିଖରେ ସ୍ବାଧୀନତା ଦିବସ ପାଳନ କରନ୍ତି । ଭାରତ ବ୍ୟତିତ 5 ଟି ଦେଶକୁ ଅଗଷ୍ଟ 15 ତାରିଖରେ ସ୍ବାଧୀନତା ପ୍ରାପ୍ତି ହୋଇଥିଲା । ଜାଣନ୍ତୁ ସେହି ଦେଶ ସମ୍ବନ୍ଧରେ ।
ସାଉଥ କୋରିଆ- ଭାରତ ଭଳି ସାଉଥ କୋରିଆ ମଧ୍ୟ ଅଗଷ୍ଟ 15 ତାରିଖରେ ସ୍ବାଧୀନତା ଦିବସ ପାଳନ କରେ । 1945 ମସିହା ଅଗଷ୍ଟ 15 ତାରିଖରେ ସାଉଥ କୋରିଆ ଜାପାନ ଠାରୁ ସ୍ବାଧୀନ ହୋଇଥିଲା । ୟୁଏସ ଏବଂ ସୋଭିୟତ ସେନା ମିଳିତ ଭାବରେ କୋରିଆକୁ ଜାପାନ କବଳରୁ ମୁକୁଳାଇଥିଲେ । ଏହି ଦିନଟିକୁ ସାଉଥ କୋରିଆ ନ୍ୟାଶନାଲ ହଲିଡେ’ ଭାବରେ ପାଳନ କରନ୍ତି ।
ନର୍ଥ କୋରିଆ- ସାଉଥ କୋରିଆ ଭଳି ନର୍ଥ କୋରିଆ ମଧ୍ୟ ଅଗଷ୍ଟ 15 ତାରିଖରେ ସ୍ବାଧୀନତା ଦିବସ ପାଳନ କରେ । ଉଭୟ ଦେଶ 1945 ମସିହା ଅଗଷ୍ଟ 15 ତାରିଖରେ ଜାପାନ କବଳରୁ ମୁକ୍ତ ହୋଇଥିଲେ । ତେବେ ନର୍ଥ କୋରିଆରେ ମଧ୍ୟ ଏହି ଦିନଟିକୁ ନ୍ୟାଶନାଲ ହଲିଡେ’ ଭାବରେ ପାଳନ ହୁଏ । ଛୁଟିଦିନ କାରଣରୁ ଏହି ପବିତ୍ର ଦିନରେ ବିବାହ କରିବାର ପରମ୍ପରା ଏଠାରେ ଚାଲି ଆସୁଛି ।