ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସଂସଦରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ କହିଛନ୍ତି, ‘କୋରୋନା ରହିଛି, କର୍ତ୍ତବ୍ୟ ବି ରହିଛି । ସାଂସଦମାନେ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି । ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।’
ସେହିପରି ଚଳିତ ଥର ରାଜ୍ୟସଭା ଓ ଲୋକସଭା ଅଲଗା ଅଲଗା ସମୟରେ ହେବ । ଏପରିକି ଶନିବାର ଓ ରବିବାର ମଧ୍ୟ ଗୃହ ଚାଲିବ ବୋଲି ମୋଦି କହିଛନ୍ତି । ଅନ୍ୟପଟେ କୋରୋନାକୁ ନେଇ ମୋଦି କହିଛନ୍ତି,‘ ଯେପର୍ଯ୍ୟନ୍ତ ଔଷଧ ନାହିଁ, ସେପର୍ଯ୍ୟନ୍ତ କୌଣସି ଢିଲା କରାଯିବ ନାହିଁ । ଆମେ ଚାହୁଁଛୁ ଖୁବଶୀଘ୍ର ଦୁନିଆର ଯେକୈଣସି କୋଣରୁ ଭ୍ୟାକସିନ ତିଆରି ହେଉ । ଆମ ବୈଜ୍ଞାନିକ ମାନେ ସଫଳତା ପାଆନ୍ତୁ ।’