ଓଡିଶା

odisha

ETV Bharat / bharat

'ବାଗଦାଦୀ ଏବଂ ଓୱେସୀଙ୍କ ମଧ୍ୟରେ କୌଣସି ତଫାତ ନାହିଁ ' - ଓୱେସୀଙ୍କୁ ବାଗଦାଦୀ ସହ ତୂଳନା

ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମର ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱେସୀଙ୍କୁ ଆଇଏସ ମୁଖ୍ୟ ବାଗଦାଦୀ ସହ ତୁଳନା କରିଛନ୍ତି ସିୟା ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ୱସୀମ ରିଜଭୀ ।

ଫାଇଲ ଫଟୋ

By

Published : Nov 17, 2019, 6:01 PM IST

Updated : Nov 17, 2019, 6:07 PM IST

ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମର ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱେସୀଙ୍କୁ ଆଇଏସ ମୁଖ୍ୟ ବାଗଦାଦୀ ସହ ତୁଳନା କରିଛନ୍ତି ସିୟା ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ୱସୀମ ରିଜଭୀ । ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ପୂର୍ବତନ ମୁଖ୍ୟ ଅବୁ ବକର ଅଲ ବାଗଦାଦୀ ଏବଂ ଓୱେସୀଙ୍କ ମଧ୍ୟରେ କୌଣସୀ ତଫାତ ନାହିଁ ବୋଲି ସେ କହିଛନ୍ତି ।

ରାମ ଜନ୍ମଭୂମି-ବାବ୍ରୀ ମସଜିଦକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରଠାରୁ ଓୱେସୀ ଉତ୍ତେଜନା ମୂଳକ ଭାଷଣ ଦେଉଛନ୍ତି । ତେବେ ଏନେଇ ରିଜଭୀ ଓୱେସୀଙ୍କୁ ସମାଲୋଚନା କରି କହିଛନ୍ତି, ବାଗଦାଦୀ ଏବଂ ଓୱେସୀ ମଧ୍ୟରେ କୌଣସି ତଫାତ ନାହିଁ । ଉଭୟେ ଏକାଭଳି । ବାଗଦାଦୀ ଗୋଳାବାରୁଦ ଏବଂ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଆତଙ୍କ ସୃଷ୍ଟି କରୁଥିଲା ଏବଂ ଓୱେସୀ ଉତ୍ତେଜନା ମୂଳକ ଭାଷଣ ଦେଇ ଆତଙ୍କ ସୃଷ୍ଟି କରୁଛନ୍ତି ବୋଲି ରିଜଭୀ କହିଛନ୍ତି । ଏହା ସହିତ ମୁସଲିମ ପର୍ସନାଲ ଲ ବୋର୍ଡ ଓୱେସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶର ସିୟା ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ୱସୀମ ରିଜଭୀ ଆଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବୀକାର କରିଛନ୍ତି । ଏହା ସହିତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ 51 ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

Last Updated : Nov 17, 2019, 6:07 PM IST

ABOUT THE AUTHOR

...view details