ନୂଆଦିଲ୍ଲୀ: କ୍ରମାଗତ ବଢିଚାଲିଥିଲା ପେଟ୍ରୋଲ ଓ ଡିଜେଲ ଦର। ବ୍ରେକ ଲାଗୁନଥିଲା ଏହି ଦର ବୃଦ୍ଧିରେ। ତେବେ ଶନିବାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୁଧବାର ଭଳି ସ୍ଥିର ରହିଛି।
ଅପରିବର୍ତ୍ତିତ ରହିଛି ପେଟ୍ରୋଲ ଓ ଡିଜେଲ ଦର, ଗ୍ରାହକ ସାମାନ୍ୟ ଆଶ୍ବସ୍ତ
ଶନିବାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୁଧବାର ଭଳି ସ୍ଥିର ରହିଛି।
ଏଥି ସହିତ, ପୂର୍ବରୁ କ୍ରମାଗତ ସାତ ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେବେ ଜୁନ୍ ମାସରେ କ୍ରମାଗତ 21 ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି। ଆଜି(ଶନିବାର) ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 80.43 ଟଙ୍କା ରହିଛି। ଏଥି ସହିତ ଡିଜେଲର ମୂଲ୍ୟ ଲିଟର ପିଛା 80.78 ଟଙ୍କା ରହିଛି।
ଆଇଓସିଏଲ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ଯଥାକ୍ରମେ 82.10, 87.19 ଏବଂ 83.63 ରହିଛି। ଡିଜେଲ ବିଷୟରେ କହିବାକୁ ଗଲେ ଏହି ମେଟ୍ରୋ ସହର ଗୁଡ଼ିକରେ ଏହାର ମୂଲ୍ୟ ଯଥାକ୍ରମେ 75.89, 79.05 ଏବଂ 77.91 ଟଙ୍କା ରହିଛି।