ଓଡିଶା

odisha

ମହାରାଷ୍ଟ୍ର ସସପେନ୍ସ: ଅଜିତ ପାୱାରଙ୍କୁ ମେସେଜ କଲେ ସଞ୍ଜୟ

By

Published : Nov 3, 2019, 6:24 PM IST

ରାଜ୍ୟର ତୃତୀୟ ବଡ ରାଜନୈତିକ ଦଳ ସହ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ 54 ଆସନରେ ବିଜୟୀ ହୋଇଛି ଏନସିପି । ସେପଟେ ଶିବସେନା ନେତା ସଞ୍ଜୟ ରାଉତ ଏନସିପି ନେତା ଅଜିତ ପାୱାରଙ୍କୁ ମେସେଜ କରିଥିବା ଜଣାପଡିଛି ।

ଫାଇଲ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ରହିଛି ସସପେନ୍ସ । ଅକ୍ଟୋବର 24ରୁ ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଥିଲେ ମଧ୍ୟ ସରକାର ଗଠନକୁ ନେଇ କୌଣସି ସ୍ପଷ୍ଟ ହୋଇପାରୁନାହିଁ । ମହାରାଷ୍ଟ୍ର ରାଜନୀତିକୁ ନେଇ ବିଭିନ୍ନ ନେତା ଭିନ୍ନ ମତ ଦେଉଛନ୍ତି । ଏଥି ମଧ୍ୟରେ ଏନସିପି (ନ୍ୟାଶନାଲ କଂଗ୍ରେସ ପାର୍ଟି) ନେତା ଅଜିତ୍ ପାୱାର ନିଜର ମତ ରଖିଛନ୍ତି ।

କୌଣସି ପରିସ୍ଥିତିରେ ବି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଅଜିତ୍ ପାୱାର । ଅନ୍ୟପକ୍ଷେ ଶିବସେନା ନେତା ସଞ୍ଜୟ ରାଉତଙ୍କ ମେସେଜ ଆସିଥିବା କଥା ମଧ୍ୟ କହିଛନ୍ତି ଅଜିତ୍ । କୌଣସି ମିଟିଂରେ ଥିବା କାରଣରୁ ମେସେଜର ରିପ୍ଲାଏ ଦେଇପାରିନଥିଲେ ଓ ପରେ କଲ୍ କରିବେ ବୋଲି ମଧ୍ୟ କହିଛନ୍ତି ଅଜିତ୍ ପାୱାର ।

ABOUT THE AUTHOR

...view details