ଓଡିଶା

odisha

ETV Bharat / bharat

ଦେଶରେ 4 ହଜାର 362ଟି କୋଭିଡ କେୟାର ସେଣ୍ଟର

ଆଜି ପୁଣି ସ୍ବାସ୍ଥ୍ୟମନ୍ତ୍ରୀ ନୂଆଦିଲ୍ଲୀର ମଣ୍ଡାଲି ସ୍ଥିତ ଏକ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟା ବୁଝିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଅଧିକ ପଢନ୍ତୁ...

By

Published : May 10, 2020, 5:33 PM IST

ଦେଶରେ 4 ହାଜର 3 62ଟି କୋଭିଡ କେୟାର ସେଣ୍ଟର
ଦେଶରେ 4 ହାଜର 3 62ଟି କୋଭିଡ କେୟାର ସେଣ୍ଟର

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନାର ମୁକାବିଲା ନେଇ ସମସ୍ତ ଶକ୍ତି ଲଗାଇଛନ୍ତି କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ଡ.ହର୍ଶବର୍ଦ୍ଧନ । କୋରୋନା ଚିହ୍ନଟ ହେବା ଦିନ ଠାରୁ ସ୍ବାସ୍ଥ୍ୟମନ୍ତ୍ରୀ ବୈଠକ ସମୀକ୍ଷା, ଆଲୋଚନା ପର୍ଯ୍ୟାଲୋଚନା କରି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ଖାଲି ଏତିକି ନୁହେଁ କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନିରନ୍ତର କଥାବାର୍ତ୍ତା କରିବା ସହ ବିଭିନ୍ନ ହସ୍ପିଟାଲ ଯାଇ ସମସ୍ୟା ବୁଝୁଛନ୍ତି ।

ଆଜି ପୁଣି ସ୍ବାସ୍ଥ୍ୟମନ୍ତ୍ରୀ ନୂଆଦିଲ୍ଲୀର ମଣ୍ଡାଲି ସ୍ଥିତ ଏକ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟା ବୁଝିଛନ୍ତି । ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଦେଶରେ 4 ହଜାର 362 ଟି କୋଭିଡ ମେଡିକାଲ ପ୍ରତିଷ୍ଠା ହୋଇଛି । ଏହାସହ ବର୍ତ୍ତମାନ ସୁଦ୍ଧା ସାମାନ୍ୟ ଅତି ସାମାନ୍ୟ ଥିବା ପ୍ରାୟ 3 ଲକ୍ଷ 46 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଚିକିତ୍ସା କରାଯାଇଛି ।

ABOUT THE AUTHOR

...view details